ଏସ୍‌ଏଚ୍‌ଜି ମହିଳାଙ୍କୁ ଲାଞ୍ଚ ମାଗି ସିଏମଏମୟୁ ମ୍ୟାନେଜର ଗିରଫ

ବାରିପଦା : ଆହାର କେନ୍ଦ୍ରକୁ ନିମ୍ନମାନର ଖାଦ୍ୟ ଯୋଗାଉଥିବା ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ କଳା ତାଲିକାଭୁକ୍ତ କରିବା ପରିବର୍ତ୍ତେ ରିନୁଆଲ୍‌ ପାଇଁ ଲାଞ୍ଚ ନେଉଥିଲେ ବାରିପଦା ମ୍ୟୁନିସିପାଲଟିର ସିଟି ମିଶନ୍ ମ୍ୟାନେଜମେଣ୍ଟ ୟୁନିଟ୍‌ ବା ସିଏମଏମୟୁ ମ୍ୟାନେଜର ମନୋରଂଜନ ପାଣିଗ୍ରାହୀ। ଏହି ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି।

ଖବର ଅନୁଯାୟୀ ବାରିପଦା ଟାଉନ୍‌ରେ ଗୋଟିଏ ଆହର କେନ୍ଦ୍ରକୁ ଖାଦ୍ୟ ଯୋଗାଇବା ପାଇଁ ରଘୁରାଜପୁର ମା’ ସନ୍ତୋଷୀ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ମ୍ୟୁନିସିପାଲଟି ତରଫରୁ କାର୍ଯ୍ୟାଦେଶ ପାଇଥିଲେ। କିନ୍ତୁ ଖାଦ୍ୟ ନିମ୍ନ ମାନର ଅଭିଯୋଗ ପରେ ଉକ୍ତ ଏସ୍‌ଏଚ୍‌ଜିକୁ କଳା ତାଲିକାଭୁକ୍ତ କରିବାକୁ ସିଏମଏମୟୁର ମ୍ୟାନେଜର ଶ୍ରୀ ପାଣିଗ୍ରାହୀ ଧମକ ଦେଇଥିଲେ। ପରିବର୍ତ୍ତି ସମୟରେ ଏସ୍‌ଏଚ୍‌ଜିର ୱାର୍କ ଅର୍ଡର୍ ରିନୁଆଲ୍‌ କରିବା ପାଇଁ ସେ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା।

ଅଭିଯୋଗ ହୋଇଛି ସିଏମଏମୟୁ ମ୍ୟାନେଜର ଶ୍ରୀ ପାଣିଗ୍ରାହୀ କୁଆଡେ ପ୍ରଥମ ପର୍ଯ୍ୟାୟରେ ୩୪ ହଜାର ଟଙ୍କା ଲାଞ୍ଚ ନେବା ପରେ ଆଉ ୩ ଲକ୍ଷ ଟଙ୍କା ମାଗିଥିଲେ। ଏସ୍‌ଏଚ୍‌ଜି ମହିଳାମାନେ ମ୍ୟୁନିସିପାଲଟି ଅଫିସରଙ୍କ ନିକଟରେ ଅଭିଯୋଗ କରିବାରୁ ଏହାକୁ ଭିତ୍ତିକରି ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ମ୍ୟୁନିସିପାଲଟି ଅଫିସର ଭଞ୍ଜପୁର ଥାନାରେ ଏଫ୍‌ଆଇଆର୍‌ ଦେଇଥିଲେ। ପୋଲିସ ତାଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *

Back to top button