ରେଳ ଓଭରବ୍ରିଜ୍‌ ଭୁଶୁଡ଼ି ୧୭ ଶ୍ରମିକ ମୃତ

ନୂଆଦିଲ୍ଲୀ : ମିଜୋରାମର ସୈରାଙ୍ଗରେ ନିର୍ମାଣାଧୀନ ରେଲ୍‌ୱେ ଓଭର ବ୍ରିଜ୍‌ ଭୁଶୁଡ଼ିବା ଫଳରେ ୧୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।

ଖବର ଅନୁଯାୟୀ ସୈରାଙ୍ଗରୁ ଆଇଜୋଲ ପର୍ଯ୍ୟନ୍ତ ରେଳ ସଂଯୋଗ ପାଇଁ ନିର୍ମାଣ ହେଉଥିବା ଓଭରବ୍ରିଜରେ ଆଜି ପ୍ରାୟ ୪୦ରୁ ଅଧିକ ଶ୍ରମିକ କାମ କରୁଥିଲେ। ପୂର୍ବାହ୍ନରେ ହଠାତ୍‌ ବ୍ରିଜଟି ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ୧୭ ଜୀବନ ଯାଇଥିବା ବେଳେ ପୋଲ ତଳେ ବହୁ ଶ୍ରମିକ ଫଶି ରହିଥିବା ଆଶଙ୍କା କରାଯାଉଛି।

ଏହି ଅଘଟଣ ପାଇଁ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମ ଥାଙ୍ଗା ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି। ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button