Tue. Oct 15th, 2019

ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ

ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଦିନ ୧୦ଟା ଯାଏ ସତର୍କ ରହିବାକୁ ୪ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭଗ। ଏହି ଜିଲ୍ଲାଗୁଡ଼ିକ ହେଉଛି କୋରାପୁଟ, ରାୟଗଡ଼ା, ଗଜପତି ଓ ମାଲକାନଗିରି।

ତେବେ ବର୍ତ୍ତମାନ ସମୟରେ ହାଲ୍‌କା ଶୀତର ଲହରୀ ଅନୁଭୂତ ହେବା କଥା। କିନ୍ତୁ ଏପର୍ଯ୍ୟନ୍ତ  ସେମିତି କୌଣସି ସ୍ଥିତି ଦେଖାଯାଉ ନାହିଁ। ମଝିରେ ମଝିରେ ବର୍ଷା ହେବା ସହିତ ଗୁଳୁଗୁଳି ମଧ୍ୟ ଜାରି ରହିଛି।

Leave a Reply

Your email address will not be published. Required fields are marked *