ପିଲାଙ୍କୁ ନେବାକୁ ଭାରତ ଆସିବେ ସୀମାଙ୍କ ପାକିସ୍ତାନ ସ୍ଵାମୀ ଗୁଲାମ ହାଇଦର
ନୂଆଦିଲ୍ଲୀ : ଭାରତ ପଳାଇ ଆସିଥିବା ପାକିସ୍ତାନ ମହିଳା ସୀମା ହାଇଦର ପ୍ରେମିକ ସଚିନ ମିନାଙ୍କୁ ବିବାହ କରିଛନ୍ତି। କିନ୍ତୁ ଦୁହିଁଙ୍କୁ ବିଭିନ୍ନ ଯାଞ୍ଚ ଏଜେନ୍ସ ପଚରାଉଚରା ଜାରି ରଖିଥିଲେ ହେଁ ସୀମା ଭାରତରେ ରହିବେ ନା ପାକିସ୍ତାନ ଫେରିଯିବେ ତାହାର କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। ହେଲେ ଖବର ମିଳିଛି ସୀମାଙ୍କ ସ୍ଵାମୀ ଗୁଲାମ ହାଇଦର ପାକିସ୍ତାନରେ କାନ୍ଦିକାନ୍ଦି କହିଛନ୍ତି ଖୁବଶୀଘ୍ର ମୁଁ ମୋ ପିଲାଙ୍କୁ ନେବା ପାଇଁ ଭାରତ ଆସିବି। ଏନେଇ ମୁଁ ମୋ ଓକିଲଙ୍କ ସହିତ କଥା ହୋଇଛି।
ଖବର ଅନୁଯାୟୀ ଗୁଲାମ କହିଛନ୍ତି ନିୟମ ଅନୁଯାୟୀ ମୁଁ ଭାରତରେ ପ୍ରବେଶ କରି ମୋ ପିଲାଙ୍କୁ ଧରି ପାକିସ୍ତାନ ଫେରିବି। ସ୍ତ୍ରୀ ଓ ମା’ ହେବାର ଅଧିକାର ହରାଇଛନ୍ତି ସୀମା। ପିଲା ମୋର। ତାଙ୍କର କିଛି ଦୋଷ ନାହିଁ। ସୀମା ଯଦି ଜଣେ ଭଲ ମା’ ହୋଇଥାଆନ୍ତେ ଏମିତି ଅଜଣା ଯୁବକଙ୍କ ସହିତ ଚାଲି ଯାଇ ନଥାନ୍ତେ। ପିଲାଙ୍କ ଭବିଷ୍ୟତ କଥା ଥରେ ଚିନ୍ତା କରିଥାଆନ୍ତେ। ମୁଁ ସୀମା ଓ ସଚିନଙ୍କ ବିବାହକୁ ସ୍ଵୀକାର କରେ ନାହିଁ। ଯଦି ତାଙ୍କୁ ସଚିନ ପସନ୍ଦ। ମୋତେ କହିଥାଆନ୍ତେ। ମୋ ଠାରୁ ଛାଡ଼ପତ୍ର ନେଇ ଯେଉଁଆଡେ ଯିବା କଥା ଚାଲି ଯାଇଥାଆନ୍ତେ। ତାଙ୍କ ଭୁଲକୁ ମୁଁ କ୍ଷମା କରି ପାରିବି ନାହିଁ। ଦଣ୍ଡତ ତାଙ୍କୁ ନିଶ୍ଚୟ ମିଳିବ।
ସେ କହିଛନ୍ତି ଯେତେବେଳେ ମୋ ପିଲା ସଚିନକୁ ବାପା ବୋଲି ଡାକୁଛନ୍ତି ମୋତେ ବହୁତ କଷ୍ଟ ହେଉଛି। ଭାରତ ସରକାରଙ୍କ ଉପରେ ମୋର ବିଶ୍ଵାସ ଅଛି ସେ ମୋ ପିଲାଙ୍କୁ ମୋ ପାଖକୁ ପଠାଇ ଦେବେ। ସେମାନେ ଏବେ ଛୋଟ। ତାଙ୍କୁ ଯାହା ଶିକ୍ଷା ଦିଆଯିବ ସେମାନେ ସେୟା କରିବେ।