Tue. Oct 15th, 2019

ପାଣିଟାଙ୍କିରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର  : ଭୁବନେଶ୍ୱର ୟୁନିଟ୍ ୯ ସରକାରୀ କ୍ୱାର୍ଟର୍ସରୁ ଯୁବକଙ୍କ ମୃତଦେହ ଉଦ୍ଧାର।  କ୍ୱାର୍ଟର୍ସରେ ଥିବା ପାଣିଟାଙ୍କିରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ବିଜୟ ରଂଜନ ଜେନା, ବୟସ ପ୍ରାୟ ୧୯ ବର୍ଷ।

ପରିବାର ଲୋକଙ୍କ ସୂଚନା ଅନୁସାରେ, ଯୁବକଙ୍କ ମାନସିକ ରୋଗ ଥିଲା।  ପୂର୍ବରୁ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ରୋଗ ଭଲ ହେବା ପରେ କିଛି ମାସ ତଳେ ସେ ଘରକୁ ଆସିଥିଲେ। ଆଜି ସକାଳେ ସେ କୌଣସି କାରଣରୁ ଛାତ ଉପରକୁ ଯାଇଥିଲେ।

ତେବେ ଶବ୍ଦ ଶୁଣି ଦେଖିବାବେଳକୁ ପାଣି ଟାଙ୍କିରେ ତାଙ୍କର ମୃତ ଦେହ ଭାସୁଥିବା ମୃତ ଯୁବକଙ୍କ ବାପା କହିଛନ୍ତି।  ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *