Tue. Oct 15th, 2019

ବିଦା ହେଲେ ଦୁର୍ନୀତିଗ୍ରସ୍ତ ଅଫିସର

ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡା ପଦକ୍ଷେପ ନେଇଛନ୍ତି ସରକାର।  ଦୁର୍ନୀତି ଅଭିଯୋଗ ଆସିଥିବା OFS ଅଧିକାରୀ  ତଥାପୂର୍ବତନ ଡିଏଫଓ ସୁଧାଂଶୁ ଶେଖର ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର  ଦିଆଯାଇଛି  ।

୨୦୧୬ରେ ଆଠଗଡ଼ ଡିଏଫ୍ଓ ଥିବା ସୁଧାଂଶୁ ମିଶ୍ର ସେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ତାଙ୍କ ବାସଭବନ, ଘର ଓ ସମ୍ପର୍କୀୟଙ୍କ ଘରେ ରେଡ କରିଥିଲା। ଚଢାଉ ବେଳେ ସାଢେ ୫ କୋଟି ଟଙ୍କାର ଅଧିକ ମୂଲ୍ୟର ସମ୍ପତ୍ତି ଜବତ କରାଯାଇଥିଲା ।

ସୁଧାଂଶୁଙ୍କ ଘର ତାଲାସୀ ବେଳେ ୧ କୋଟିରୁ ଅଧିକ ନଗଦ ଟଙ୍କା ମିଳିଥିଲା । ଓଡିଶାରେ ପୂର୍ବରୁ ଏତେ ପରିମାଣର ଟଙ୍କା କୌଣସି ସରକାରୀ ଅଧିକାରୀଙ୍କ ଘରୁ ଜବତ ହୋଇ ନଥିଲା। ଏଥିସହିତ ସେୟାର ଓ ବିଭିନ୍ନ ବ୍ୟାଙ୍କରେ ଜମା କରିଥିବା ୩.୪୬ କୋଟି ଟଙ୍କା ମଧ୍ୟ ଜବତ ହୋଇଥିଲା । ବନ ବିଭାଗର ଏହି ଦୁର୍ନୀତିଖୋର ଅଫିସରଙ୍କୁ ଗିରଫ ପରେ ଚାକିରିରୁ ନିଲମ୍ବିତ କରାଯାଇଥିଲା

Leave a Reply

Your email address will not be published. Required fields are marked *