୪୦୦ ନୂଆ ଟିଭିଏସ୍ ବାଇକ୍ ଜଳିଗଲା

ବିଜୟୱାଡା : ସୋ’ରୁମରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୪୦୦ରୁ ଅଧିକ ଟିଭିଏସ୍ ଦୁଇ ଚକିଆ ଗାଡି। ଏହି ଘଟଣା ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଘଟିଛି।

ଖବର ଅନୁଯାୟୀ ଚେନ୍ନାଇ-କୋଲକାତା ଜାତୀୟ ରାଜପଥ ପାର୍ଶ୍ଵ କେପି ନଗରରେ ଏହି ସୋ’ରୁମ। ସେଥିରେ ଟିଭିଏସ କମ୍ପାନିର ପେଟ୍ରୋଲ ଓ ଇଲେକ୍ଟ୍ରିକ୍ ବାଇକ୍ ସହିତ ସ୍କୁଟର ଥିଲା। ସୋ’ରୁମ୍ ର ପ୍ରଥମ ମହଲାରୁ ନିଆଁ ଲାଗି ନିକଟସ୍ଥ ଗୋଦାମକୁ ବ୍ୟାପିଯାଇଥିଲା। ସୁରକ୍ଷାକର୍ମୀମାନେ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ୫ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ନିଆଁ ସମଗ୍ର ସୋ’ରୁମ ଓ ଗୋଦାମକୁ କବଳିତ କରିସାରିଥିଲା।

ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। କିଛି ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ଚାର୍ଜ ହେଉଥିବା ବେଳେ ସର୍ଟସର୍କିଟ ହୋଇଥିବା ଅଧିକାରୀମାନେ ସନ୍ଦେହ କରୁଛନ୍ତି। ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକରେ ଅଧିକ ଦ୍ରୁତ ଗତିରେ ନିଆଁ ଲାଗିବା ଓ ସୋରୁମଟି ପ୍ରି-ଫାବ୍ରିକେଟେଡ୍ ହୋଇଥିବାରୁ ଅନ୍ୟଆଡ଼କୁ ବ୍ୟାପିବା ସହଜ ହୋଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button