ପାଣ୍ଡିଆନଙ୍କୁ କାଳି ଓ ଅଣ୍ଡା ମାଡ଼ କରିବ କଂଗ୍ରେସ

ଭୁବନେଶ୍ଵର : ଗତକାଲି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀକୁ ଯିବାବେଳେ ବିଜେଡି କର୍ମୀ ବାଟ ଓଗାଳିବା ଘଟଣାକୁ ନେଇ ରାଜନୈତିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଗତକାଲି ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି କର୍ମୀ ଅଣ୍ଡାମାଡ଼ କଲେ। ପୋଲିସ କାହାରିକୁ ଗିରଫ କଲାନି। ସରକାରୀ ଅଫିସରଙ୍କ ପାଇଁ ଆଇନ ଅଲଗା ହୋଇଯାଉଛି। ତେଣୁ ପାଣ୍ଡିଆନଙ୍କୁ କଂଗ୍ରେସ ସବୁଠି କାଳି ଓ ଅଣ୍ଡା ମାଡ଼ କରିବ।

ଖବର ଅନୁଯାୟୀ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ବ୍ୟୁରୋକ୍ରାଟମାନେ ଜନପ୍ରତିନିଧିଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ। କେଉଁଠୁ ଏ ସାହସ ପାଉଛନ୍ତି, ସୀମା ଭିତରେ ରହନ୍ତୁ। ନବୀନଙ୍କୁ ଅଣ୍ଡା ମାରିଲେ ୩୦୭ ଲାଗୁଛି। ହେଲେ ପ୍ରଦୀପଙ୍କୁ ଅଣ୍ଡା ମାରିଲେ ମାଫ୍‌।

ସେହିପରି ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି ଏହା ବିଜେଡିର ଅନ୍ତଃକନ୍ଦଳ ହୋଇ ଥାଇପାରେ। କିନ୍ତୁ ଯାହାଙ୍କ ପ୍ରତି ଏଭଳି ଆଚରଣ କରାଗଲା ସେ ଜଣେ ଜନ ପ୍ରତିନିଧି। ବିଜେଡିରେ ଜନ ପ୍ରତିନିଧିଙ୍କର କୌଣସି ସମ୍ମାନ ନାହିଁ। ବିଜେଡି ନେତାଙ୍କୁ ଦୁଇଟି ବିକଳ୍ପ ଦିଆଯାଇଛି। କ୍ରୀତଦାସ ହୋଇ ରୁହ ନଚେତ ଜେଲ୍‌ରେ ରୁହ।

Leave a Reply

Your email address will not be published. Required fields are marked *

Back to top button