ଉଷୁନା ଚାଉଳ ରପ୍ତାନି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଉଷୁନା ଚାଉଳ ରପ୍ତାନି ଉପରେ ୨୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରିଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣରେ ସ୍ଥାନୀୟ ଷ୍ଟକ୍ ବଜାୟ ରଖିବା ଓ ଘରୋଇ ଦରକୁ ନିୟନ୍ତ୍ରଣରେ ରଖିବା ନିମନ୍ତେ ନିଆଯାଇଛି ଏହି ପଦକ୍ଷେପ।

ଖବର ଅନୁଯାୟୀ ଅର୍ଥ ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାର ଉଷୁନା ଚାଉଳ ଉପରେ ୨୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରିଛନ୍ତି। ଏହି ଆଦେଶ ଅଗଷ୍ଟ ୨୫ରୁ କାର୍ଯ୍ୟକାରୀ ହେଉଥିବା ବେଳେ ୨୦୨୩ ଅକ୍ଟୋବର ୧୬ ପର୍ଯ୍ୟନ୍ତ ବଳବତ୍ତର ରହିବ। କିନ୍ତୁ ବନ୍ଦରରେ ପଡ଼ିଥିବା ଉଷୁନା ଚାଉଳ ଉପରେ ଏହି ଶୁଳ୍କ ଲାଗୁ ହେବ ନାହିଁ। ଅର୍ଥାତ୍ ଯେଉଁ ଚାଉଳ ଦୋକାନଗୁଡ଼ିକୁ ଏଲ୍ଇଓ (ଲେଟ୍ ଏକ୍ସପୋର୍ଟ ଅର୍ଡର) ଦିଆଯାଇନାହିଁ ଓ ୨୫ ଅଗଷ୍ଟ ୨୦୨୩ ପୂର୍ବରୁ ସମର୍ଥିତ ଏଲ୍ ସି ସେମାନଙ୍କ ପାଇଁ ରପ୍ତାନି ଶୁଳ୍କ ଆଦେଶ ଲାଗୁ ହେବ ନାହିଁ।

ସୂଚନାଯୋଗ୍ୟ ପୂର୍ବରୁ ବାସମତୀ ଚାଉଳ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ଚାଉଳ ରପ୍ତାନି ଉପରେ ସରକାର କଟକଣା ଲଗାଇଥିଲେ। ରପ୍ତାନି ଶୁଳ୍କ ଲାଗୁ ହେଲେ ଭାରତର ଚାଉଳ ରପ୍ତାନି ହ୍ରାସ ପାଇବ। ଯାହାଫଳରେ ଆମେରିକା ଓ ଥାଇଲାଣ୍ଡ ସମେତ ବିଦେଶୀ ବଜାରରେ ଚାଉଳ ଦର ବୃଦ୍ଧି କରିବ।

Leave a Reply

Your email address will not be published. Required fields are marked *

Back to top button