ମହାକାଶକୁ ଯିବ ମହିଳା ରୋବଟ

ନୂଆଦିଲ୍ଲୀ : ଗଗନୟାନ ମିଶନରେ ଭାରତ ମହାକାଶକୁ ପଠାଇବ ମହିଳା ରୋବଟ ‘ବ୍ୟୋମ୍‌ମିତ୍ର’। ଅକ୍ଟୋବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଏକ ଟ୍ରାଏଲ୍ ସ୍ପେସ୍ ଫ୍ଲାଇଟ୍ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି।

ଖବର ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ମହାମାରୀ କାରଣରୁ ଗଗନୟାନ ପ୍ରକଳ୍ପ ବିଳମ୍ବିତ ହୋଇଛି। ବର୍ତ୍ତମାନ ଆମେ ଅକ୍ଟୋବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପ୍ରଥମ ପରୀକ୍ଷା ମିଶନ ଯୋଜନା କରୁଛୁ। ମହାକାଶଚାରୀମାନଙ୍କୁ ଫେରାଇ ଆଣିବା ସେତିକି ଗୁରୁତ୍ୱପୂର୍ଣ୍ଣ ଯେତିକି ସେମାନଙ୍କୁ ପଠେଇବା। ଦ୍ୱିତୀୟ ମିଶନରେ ଜଣେ ମହିଳା ରୋବଟ୍ ରହିବ ଓ ସେ ମାନବ କାର୍ଯ୍ୟକଳାପକୁ ଅନୁକରଣ କରିବ। ଯଦି ସବୁକିଛି ଠିକ୍ ହୁଏ ତେବେ ଆମେ ଆଗକୁ ବଢିପାରିବା।

ସେ କହିଛନ୍ତି ଯେଉଁମାନେ ଇସ୍ରୋ ଟିମ୍‌ ସହିତ ଘନିଷ୍ଠ ଭାବରେ ଜଡିତ ଆମେ ସମସ୍ତେ ଡରିଯାଇଥିଲୁ। ମୋର ପ୍ରଥମ ଭୟଭୀତ ମୁହୂର୍ତ୍ତ ଥିଲା ଯେତେବେଳେ ଚନ୍ଦ୍ରୟାନ-୩ ପୃଥିବୀର କକ୍ଷପଥ ଛାଡି ଚନ୍ଦ୍ରର କକ୍ଷପଥ ଆଡକୁ ଗଲା ​​… ଲ୍ୟାଣ୍ଡିଂ ଖୁବ ଆରାମଦାୟକ ଥିଲା। ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଏକ ମହାକାଶଯାନକୁ ଅବତରଣ କରେଇବାରେ ଭାରତ ହେଉଛି ପ୍ରଥମ ଦେଶ ଓ ୟୁଏସ୍ଏସ୍ଆର୍, ଆମେରିକା ଏବଂ ଚୀନ୍ ପରେ ସଫଳତାର ସହିତ ଚନ୍ଦ୍ରକୁ ଏକ ଲ୍ୟାଣ୍ଡର୍ ପଠାଇବାରେ ଚତୁର୍ଥ ଦେଶ ହୋଇପାରିଛି।

Leave a Reply

Your email address will not be published. Required fields are marked *

Back to top button