ବରିଷ୍ଠ ଓଏଏସ ଅଫିସରସ୍ତରରେ ବଦଳି

ଭୁବନେଶ୍ଵର : ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏଏସ୍ ଅଫିସରଙ୍କର ବଦଳି କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବୁଧବାର ପ୍ରକାସିତ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ଲଘୁ ଖଣିଜ ନିର୍ଦ୍ଦେଶକ ତଥା ବରିଷ୍ଠ ଓଏଏଏସ୍ ଅଫିସର ପ୍ରଦୀପ କୁମାର ମିଶ୍ର-୨ଙ୍କୁ ଭୁବନେଶ୍ୱର ଅତିରିକ୍ତ ରିଭିଜିନାଲ କୋର୍ଟରେ ଅତିରିକ୍ତ କମିଶନର ଭାବେ ନିଯୁକ୍ତି ମିଳିଛି। ବରଗଡ଼ ଜିଲ୍ଲା ଭଟଲୀ ବିଡିଓ ଧୀରେନ୍ଦ୍ର କୁମାର ସେଠୀଙ୍କର ସୁନ୍ଦରଗଡ଼ ଆଇଟିଡିଏ ପ୍ରକଳ୍ପ ସହାୟକ ଭାବେ ବଦଳି ହୋଇଛି।

ସେହିପରି କେନ୍ଦୁଝର ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଜୟଶ୍ରୀ ବେଉରା, କେନ୍ଦୁଝର ଅତିରିକ୍ତ ଉପଜିଲ୍ଲାପାଳ ସୋନା ଟୁଡ଼ୁ, ପାନପୋଷ ଅତିରିକ୍ତ ଉପଜିଲ୍ଲାପାଳ ସରୋଜିନୀ ପ୍ରସନ୍ନ କୁଲୁ, ସମ୍ବଲପୁର ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ରମେଶ ହାଂସଦା, ବରଗଡ଼ ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ସୁନୀଲ କୁମାର କେରକେଟା ଓ କନ୍ଧମାଳ ଜିଲ୍ଲା ପରଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ହରପ୍ରସାଦ ଭୋଇଙ୍କୁ ପରବର୍ତ୍ତୀ ନିଯୁକ୍ତି ପର୍ଯ୍ୟନ୍ତ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ବଦଳି କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button