Tue. Oct 15th, 2019

ନ୍ୟୁୟର୍କରେ ଗୁଳିକାଣ୍ଡ: ୪ ମୃତ, ୩ ଆହତ

ନୂଆଦିଲ୍ଲୀ : ଆମେରକାରେ ଘଟିଛି ଗୁଳିକାଣ୍ଡ। ନ୍ୟୁୟର୍କର ବ୍ରୁକଲିନର କ୍ରାଉନ ହାଇଟ ଅଞ୍ଚଳରେ ଥିବା ଏକ କ୍ଲବରେ ଦୁଇ ଗୋଷ୍ଠୀମଧ୍ୟରେ ବିବାଦ ପରେ ଗୁଳିକାଣ୍ଡ ଘଟିବାରୁ ୪ ଜଣ ପ୍ରାଣ ହରାଇଛନ୍ତି। ୩ ଜଣ ହୋଇଛନ୍ତି ଆହତ। ପୋଲିସ ମୁଖପାତ୍ର ବ୍ରାୟାନ ମାଗୁଲାଗାନ କହିଛନ୍ତି ଏକ ସୋସିଆଲ କ୍ଲବରେ ଆମେରିକା ସମୟ ସକାଳ ୬ଟା ୩୦ ମିନିଟରେ ଏହି ଅଘଟଣ ଘଟିଛି । ଦୁଇ ଗୋଷ୍ଠୀମଧ୍ୟରେ ବିବାଦ କାରଣରୁ ଗୁଳିକାଣ୍ଡ ହୋଇଥିବା କୁହାଯାଉଥିଲେ ମଧ୍ୟ ହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ।

Leave a Reply

Your email address will not be published. Required fields are marked *