ଦିବ୍ୟାଙ୍ଗ ଓ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଘରେ ଦିଆଯିବ ଶୁଖିଲା ରାସନ୍ ସାମଗ୍ରୀ

ଭୁବନେଶ୍ଵର : ସ୍କୁଲ ଆସିପାରୁନଥିବା ୬ରୁ ୧୪ବର୍ଷ ବୟସର ଦିବ୍ୟାଙ୍ଗ ଓ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚିବ ଶୁଖିଲା ରାସନ୍ ସାମଗ୍ରୀ। ସ୍କୁଲ ଓ ଗଣଶିକ୍ଷା ଏହି ବିଭାଗ ନିଷ୍ପତ୍ତି ନେଇଥିବା ବେଳେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଖବର ଅନୁଯାୟୀ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀ ଅନୁସାରେ ମଧ୍ୟାହ୍ନଭୋଜନ ଚାଉଳ ସହିତ ରୋଷେଇ ବାବଦ ଅର୍ଥରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ଏଥିପାଇଁ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାଛଡା ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ସେମାନଙ୍କ ଘରେ ପହଂଚାଇବାକୁ ବ୍ୟବସ୍ଥା କରାଯାଉଛି। ଏସବୁ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟର ୩୬୯୪ଜଣ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସେହିପରି ସ୍କୁଲ ଆସିପାରୁନଥିବା ଛାତ୍ରଛାତ୍ରୀଙ୍କୁ ଘରେ ଦିଆଯିବ ଶୁଖିଲା ରାସନ୍ ସାମଗ୍ରୀ। ଏଥିପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶୁଖିଲା ରାସନ୍ ଓ ପାଠ୍ୟପୁସ୍ତକ ପହଂଚାଇବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ସ୍କୁଲ ଆସିପାରୁନଥିବା ଛାତ୍ରଛାତ୍ରୀମାନଙ୍କର କୌଣସି ଅସୁବିଧା ହେଲେ ସେମାନେ ନିଜ ଅଂଚଳର ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ଏଏନଏମଙ୍କ ସହାୟତା ନେଇପାରିବେ। ଏହାବ୍ୟତୀତ ଛାତ୍ରଛାତ୍ରୀମାନଙ୍କ ଚିକିତ୍ସା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଅଙ୍ଗନୱାଡ଼ି କେନ୍ଦ୍ରକୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ କାଉନସେଲିଂ ପାଇଁ ନିଆଯିବ। ଏଥିସହିତ ସ୍କୁଲ ଆସିପାରୁନଥିବା ଛାତ୍ରଛାତ୍ରୀମାନଙ୍କ ଘରକୁ ପ୍ରତିମାସରେ ସ୍କୁଲ ଶିକ୍ଷକ ଓ ବ୍ଲକ ସହଯୋଗୀ ଅଧିକାରୀମାନେ ଯାଇ ସେମାନଙ୍କର ପାଠପଢ଼ା ଆଦି ତଦାରଖ କରିବେ।

Leave a Reply

Your email address will not be published. Required fields are marked *

Back to top button