Tue. Oct 15th, 2019

ଡିସ୍ ଟିଭି ଇଣ୍ଡିଆ ‘ସ୍ମାର୍ଟ କନେକ୍ଟେଡ୍ ଡିଭାଇସ୍’ର ବଜାର ପ୍ରବେଶ

ଭୁବନେଶ୍ୱର : ବିଶ୍ୱର ସର୍ବବୃହତ ସିଙ୍ଗଲ କଂଟ୍ରି ଡିଟିଏଚ୍ କମ୍ପାନି ଡିସ୍ ଟିଭି ଇଣ୍ଡିଆ ଲିମିଟେଡ୍ ଆଜି ‘ସ୍ମାର୍ଟ କନେକ୍ଟେଡ୍ ଡିଭାଇସ୍’ର ବଜାର ପ୍ରବେଶ କରାଇଛି। ଏହି ଅତ୍ୟାଧୁନିକ ଉତ୍ପାଦ ଇଂଟରନେଟ୍ ଆଧାରିତ ଆଣ୍ଡ୍ରଏଡ୍ ଭିତ୍ତିକ ଏଚଡି ସେଟ୍ ଟପ୍ ବକ୍ସ ‘ଡିସ୍ ସ୍ମାର୍ଟ ହବ୍’ ନୂଆ ଉପଭୋକ୍ତାଙ୍କୁ ୩,୯୯୯ ଟଙ୍କା ମିଳିବ। ପୁରୁଣା ଉପଭୋକ୍ତାଙ୍କ ପାଇଁ ୨,୪୯୯ ଟଙ୍କାରେ ଉପଲବ୍ଧ ହେବ। ଯାହାକି ଗୁଗୁଲର ଆଣ୍ଡ୍ରଏଡ୍ ଟିଭି ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ। ଦର୍ଶକଙ୍କୁ ବେଷ୍ଟ-ଇନ୍-କ୍ଲାସ ପିକ୍ଚର କ୍ୱାଲିଟି ଓ ସାଉଣ୍ଡ ପ୍ରଦାନ କରିବ। ଏଥିରେ ଗୁଗୁଲ ପ୍ଲେ ଷ୍ଟୋର ଓ ଗୁଗୁଲ ଆସିଷ୍ଟାଂଟ୍ ଆକ୍ସେସର ସୁବିଧା ରହିଛି। ନୂଆ ଉତ୍ପାଦ ସମସ୍ତ ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ଯଥା ୱାଚକୋ, ଆମାଜନ୍ ପ୍ରାଇମ୍ ଭିଡିଓ, ଜୀ୫, ଭୁଟ୍, ଅଲ୍ଟ ବାଲାଜୀ ଏବଂ ୟୁଟ୍ୟୁବ୍ ଇତ୍ୟାଦିକୁ ସପୋର୍ଟ କରିବ। ଜଣେ ଉପଭୋକ୍ତା ଯେକୌଣସି ଡିଭାଇସରୁ ସିଧାସଳଖ ଟିଭି ସ୍କ୍ରିନକୁ କଂଟେଂଟ୍ ଷ୍ଟ୍ରିମ୍ କରିପାରିବେ। ସେହିପରି ବିନା କୌଣସି ଗେମିଂ କନସୋଲରେ ଗ୍ରାହକ ସେମାନଙ୍କ ଟିଭିରେ ହଜାର ହଜାର ଆପ୍ ଓ ପ୍ଲେ ଗେମ୍ ଡାଉନଲୋଡ କରିପାରିବେ ବୋଲି କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଗ୍ରୁପ୍ ସିଇଓ ଅନିଲ ଦୁଆ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *