Tue. Oct 15th, 2019

ମ୍ୟାଟ୍ରିକ୍‌ରେ ‘ଫେଲ୍’ କମାଇବାକୁ ଗଣଶିକ୍ଷା ବିଭାଗର ପ୍ରୟାସ

ଭୁବନେଶ୍ଵର : ମ୍ୟାଟ୍ରିକ ପରୀକ୍ଷାରେ କୌଣସି ଛାତ୍ରଛାତ୍ରୀ ଫେଲ୍‌ ହେବେନି। ସେଥିପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଅନେକ ପଦକ୍ଷେପ ନେଇଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଗଣଶିକ୍ଷା ବିଭାଗ ଅଣ୍ଟା ଭିଡିଛି। କଟକରେ ଚାଲିଛି ପାଇଲଟ୍‌ ପ୍ରୋଜେକ୍। ଛୁଟିରେ ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ। କଟକ ଜିଲ୍ଲା ଶିକ୍ଷାଧିକାରୀ ବ୍ଲକ ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ପିଲାଙ୍କ ପଢ଼ା ପ୍ରତି ଧ୍ୟାନ ଦେବାକୁ କହିଛନ୍ତି। ଏଥିରେ ନିର୍ଦ୍ଦେଶ ରହିଛି ଦଶମ ଶ୍ରେଣୀରେ ପଢାଉଥିବା ଶିକ୍ଷକମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କ ବିନା ଲିଖିତ ଅନୁମତିରେ ଛୁଟି ନେଇ ପାରିବେନି। ଶିକ୍ଷକଙ୍କ ଉପସ୍ଥାନ ଜାଣିବାକୁ ବିଇଓମାନେ ସରପ୍ରାଇଜ୍‌ ଭିଜିଟ୍‌ କରିବାକୁ କୁହାଯାଇଥିବା ବେଳେ ନିଜ ଅଞ୍ଚଳର ପ୍ରଧାନଶିକ୍ଷକଙ୍କୁ ନେଇ ହ୍ୱାଟ୍ସଆପ୍‌ ଗ୍ରୁପ୍‌ ତିଆରି କରିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *