Tue. Oct 15th, 2019

ଏୟାରଟେଲ୍ ସ୍ପଷ୍ଟ କଲା ଆଉଟଗୋଇଙ୍ଗ ଭଏସ କଲ୍ ଉପରେ ଶୁଳ୍କ ଆଦାୟ କରିବାର ଯୋଜନା ନାହିଁ

ଭୁବନେଶ୍ୱର: ଆଉଟଗୋଇଙ୍ଗ କଲ୍ ଉପରେ ଏୟାରଟେଲ୍ ଚାର୍ଜ ଲାଗୁ କରିବନି। ଏଥିପାଇଁ କୌଣସି ଯୋଜନା ନାହିଁ ବୋଲି ଆଜି କମ୍ପାନୀର ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କୁହାଯାଇଛି ଯେ ଏୟାରଟେଲର ଯେଉଁ ଗ୍ରାହକ ଅନଲିମିଟେଡ଼୍ ପ୍ୟାକରେ ଅଛନ୍ତି ସେମାନେ ଏୟାରଟେଲରୁ ଅନ୍ୟ ନେଟୱାର୍କକୁ କଲ କଲେ କିଛି ଦେୟ ଦେବାକୁ ପଡ଼ିବନି। ଆଗକୁ ମଧ୍ୟ ଆଉଟଗୋଇଙ୍ଗ କଲ ଉପରେ ଦେୟ ଆଦାୟ କରିବାର କୌଣସି ଯୋଜନା ନାହିଁ ବୋଲି ବୋଲି କୁହାଯାଇଛି।

ସୂଚନାଯୋଗ୍ୟ ଯେ କିଛି ଦିନତଳେ ରିଲାଏନ୍ସ ଜିଓ ଆଉଟଗୋଇଙ୍ଗ କଲ ଉପରେ ମିନିଟ ପିଛା ୬ ପଇସା ଆଦାୟ କରିବାକୁ ଘୋଷଣା କରିଥିଲା। ଏହାକୁ ନେଇ ଜିଓ ସବୁଆଡୁ ସମାଲୋଚନା ଶିକାର ହେବ ପରେ ଏବେ ନିଷ୍ପତ୍ତି ବଦଳାଇଛି। ନୂଆ ରିଚାର୍ଜରେ ଜିଓ ବ୍ୟତୀତ ଅନ୍ୟ ନେଟୱାର୍କକୁ ଫୋନକଲେ ଦେୟ ଦେବାକୁ ପଡିବ। କିନ୍ତୁ ଦିନକୁ ୩୦ ମିନିଟ ମାଗଣା କଲ କରିବାର ସୁବିଧା ରହିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *