ଜିଏମ ଆଇରନ ପ୍ଲାଣ୍ଟରେ ବିସ୍ଫୋରଣ : ୬ ଆହତ

ଢେଙ୍କାନାଳ : ପର୍ଜଙ୍ଗ ଥାନା କୁଲେଇସ୍ଥିତ ଜିଏମ ଆଇରନ ପ୍ଲାଣ୍ଟରେ ଆଜି ବିସ୍ଫୋରଣ ଘଟିବାରୁ ୬ରୁ ଅଧିକ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନେ ହେଲେ ବିମ୍ବାଧର ବେହେରା, ଆଦିତ୍ୟ ଭୂତିଆ, ମନୋଜ କେସି, ଚିନ୍ମୟ ମହାକୁଡ, ସୁଶିଲ ଓ ବିରେନ୍ଦ୍ର ଧଳ। ସମସ୍ତଙ୍କୁ ଅନୁଗୁଳ ବଅଁରପାଳସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ବୁଧବାର ଅପରାହ୍ନରେ ଜିଏମ୍‌ ଆଇରନ୍‌ କାରଖାନାର ତିନି ନମ୍ବର ଫର୍ନେସରେ କୌଣସି କାରଣରୁ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ କମ୍ପାନୀ କର୍ତ୍ତୃପକ୍ଷ ପ୍ଲାଣ୍ଟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଭିତରକୁ କାହାରିକୁ ଛାଡିବାକୁ ମନାକରି ଆହତ ଶ୍ରମିକମାନଙ୍କୁ ତୁରନ୍ତ କମ୍ପାନି ଗାଡ଼ିରେ ଡାକ୍ତରଖାନା ନିଆଯାଇଥିଲା। ସୂଚନା ପାଇ କାମାକ୍ଷାନଗର ଏସଡିପିଓ, ପର୍ଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କଂମ୍ପାନି କର୍ତ୍ତୁପକ୍ଷ କହିଛନ୍ତି ଫର୍ନେସ ଭାଟି ମେଂଟାନାନ୍ସ ବେଳେ ଲିକ୍ୟୁଡ଼ି ମେଟାଲ ଗରମ ଗ୍ୟାସ ଲାଗି ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଛୁ।

Leave a Reply

Your email address will not be published. Required fields are marked *

Back to top button