ପୁରୀରେ ଯୁବକଙ୍କୁ ହତ୍ୟାକରି ଦୁର୍ବୃତ୍ତ ଫେରାର

ପୁରୀ : କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଜଟିଆ ବାବାଜୀ ଛକରେ ଯୁବକଙ୍କୁ ନିର୍ମମ ହତ୍ୟା। ମୃତ ଯୁବକ ନରେନ୍ଦ୍ରକୋଣ ଗୋପବନ୍ଧୁ କଲୋନୀର ନଡୁ ନାୟକ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ଖବର ଅନୁଯାୟୀ ବୁଧବାର ସନ୍ଧ୍ୟାରେ ଜଟିଆ ବାବାଜୀ ଛକରେ ନଡୁ ବସିଥିବା ବେଳେ ଦୁର୍ବୁତ୍ତମାନେ ତାଙ୍କୁ ଚିମୁଟା ଓ ଲୁହା ରଡ୍‌ରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ନଡୁଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ଓ ସିଟି ଡିଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସିଟି ଡିଏସପି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button