Tue. Oct 15th, 2019

ବିବାଦ ପାଇଁ ଥାନାକୁ ଗଲେ ହନୁମାନ

ନୂଆଦିଲ୍ଲୀ : ଥାନାରେ ହନୁମାନ ମୂର୍ତ୍ତି। ପରିସ୍ଥିତିକୁ ଆୟତ୍ତ କରିବାକୁ ପୋଲିସ ହନୁମାନଜୀଙ୍କୁ ଥାନାକୁ ନେଇଛି। ଜମି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ଉପୁଜିବା କାରଣରୁ ଏଭଳି ନିଷ୍ପତ୍ତି ନେଇଛି ପୋଲିସ। ବିହାରରେ ଏହି ଘଟଣା ଘଟିଥିବା ବେଳେ ହାଜିପୁର ଥାନାରେ ହନୁମାନ ମୂର୍ତ୍ତିକୁ ରଖାଯାଇଛି।

ମିଳିଥିବା ଖବର ଅନୁଯାୟୀ ପାନାପୁର ଗୌରାହୀ ଗାଁରେ ଥିବା କୋରୀ ଠାକୁରବାଡୀର ଏକ ବିବାଦୀୟ ଜମିରେ କିଛି ଲୋକେ ହନୁମାନଜୀଙ୍କ ମୂର୍ତ୍ତି ସ୍ଥାପନା କରିଥିଲେ। ଏହାକୁ ନେଇ ଠାକୁରବାଡୀ ସମିତିର ଲୋକେ ଉତକ୍ଷିପ୍ତ ହେବା ସହ ଦୁଇଗୋଷ୍ଠୀ ମୁହାଁମୁହିଁ ଅବସ୍ଥାକୁ ଆସିଥିଲେ। ଏ ଖବର ପାଇ ହାଜିପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା ଆରମ୍ଭ କରିଛି। ହନୁମାନଙ୍କ ମୂର୍ତ୍ତିକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବାରୁ ପୋଲିସ ସେଠାରେ ସ୍ଥାପିତ ହନୁମାନ ମୂର୍ତ୍ତିକୁ ପୋଲିସ ଥାନାକୁ ନେଇଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *