ଉଦଘାଟନ ଫଳକରେ ବିଧାୟକଙ୍କ ନାଁ ନଥିବାରୁ ବିଜେଡି-ବିଜେପି ମୁହାଁମୁହିଁ

ବ୍ରହ୍ମପୁର : ପେଟ୍ରୋଲ ପମ୍ପ ଉଦଘାଟନକୁ ନେଇ ପାରଳାଖେମୁଣ୍ଡିରେ ବିଜେଡି-ବିଜେପି ମୁହାଁମୁହିଁ। ସମବାୟ ବିଭାଗ ପକ୍ଷରୁ ସିନେମା ହଲ ଛକରେ ଉଦଘାଟନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଫଳକରେ ବିଧାୟକ କେ ନାରାୟଣ ରାଓଙ୍କ ନାଁ ନଥିବାରୁ ବିଜେପି କର୍ମୀମାନେ ବିରୋଧ ପ୍ରଦର୍ଶନ କରିବାରୁ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା।

ବିଜେପିର ଅଭିଯୋଗ ପେଟ୍ରୋଲ ପମ୍ପ ନିର୍ମାଣ ପଛରେ କେନ୍ଦ୍ର ସରକାରଙ୍କ ଅବଦାନ ରହିଛି। ସେଥିପାଇଁ ଉଦଘାଟନ ଫଳକରେ ପାରଳା ବିଜେପି ବିଧାୟକ କେ ନାରାୟଣ ରାଓଙ୍କ ନାଁ ରହିବା କଥା। କିନ୍ତୁ ତାହା କରାନ ଯାଇ ବିଜେଡିର କର୍ମୀମାନେ ସେମାନଙ୍କ କର୍ମୀମାନଙ୍କୁ ଆକ୍ରମଣ କରିଛନ୍ତି। ତେବେ ଗଣ୍ଡଗୋଳକୁ ବିଜେଡି ପକ୍ଷରୁ ଖଣ୍ଡନ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button