ମହିଳାଙ୍କୁ ନିବସ୍ତ୍ର କରି ଗାଁ’ ବୁଲାଇବା ଘଟଣାରେ ୧୦ ଗିରଫ

ନୂଆଦିଲ୍ଲୀ : ମହିଳାଙ୍କୁ ନିବସ୍ତ୍ର କରି ଗାଁ’ରେ ବୁଲାଇଲେ ସ୍ୱାମୀ। ଏଭଳି ଲଜ୍ଜ୍ୟାଜଣକ ଘଟଣା ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ଘଟିଥିବା ବେଳେ ଏହାର ଭିଡିଓ ଭାଇରାଲ ହୋଇଛି।

ଖବର ଅନୁଯାୟୀ ବାପଘର ଓ ଶାଶୂଘର ବିବାଦକୁ ନେଇ ବିଭିନ୍ନ ସମୟରେ ମହିଳାଙ୍କୁ ଉପରେ ଅତ୍ୟାଚାର କରାଯାଉଥିଲା। ଶେଷରେ ସ୍ୱାମୀ ଓ ଶାଶୂ ଘର ଲୋକେ ମିଶି ମହିଳାଙ୍କୁ ସର୍ବସାଧାରଣରେ ମାଡ଼ ମାରିବା ସହିତ ନିବସ୍ତ୍ର କରି ଗାଁ ବୁଲାଇଛନ୍ତି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ପୋଲିସ ମାମଲାର ତଦନ୍ତ କରି ଅଭିଯୁକ୍ତ ସ୍ଵାମୀ ସମେତ ୧୦ଜଣଙ୍କୁ ଗିରଫ କରିଛି। ଅନ୍ୟପଟେ କୁହାଯାଉଛି ବିବାହ କରିବା ସତ୍ତ୍ୱେ ମହିଳାଙ୍କର ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କରେ ରହିଥିଲେ। ଯାହାକୁ ନେଇ ମହିଳାଙ୍କ ଶାଶୂଘର ଲୋକମାନେ ତାଙ୍କୁ ଏପରି ମାଡ଼ ମାରିଛନ୍ତି। ତେବେ ଡାକ୍ତର କହିଛନ୍ତି ମହିଳା ଜଣକ ଏବେ ଗର୍ଭବତୀ ଥିବାବେଳେ ମାନସିକ ସ୍ତରରେ ପୀଡିତ ଅଛନ୍ତି।

ଅନ୍ୟପକ୍ଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ସଭ୍ୟ ସମାଜରରେ ଏଭଳି ଅପରାଧର କୌଣସି ସ୍ଥାନ ନାହିଁ। ଦୋଷୀଙ୍କ କଡ଼ା ଦଣ୍ଡ ଦିଆଯିବ ବୋଲ ସେ ପୀଡିତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଜାତୀୟ ମହିଳା କମିଶନ ଘଟଣାକୁ ନିନ୍ଦା କରିବା ସହ କମିଠି ଗଠନ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି। ଘଟଣାକୁ ନେଇ ଗେହଲଟ ସରକାରଙ୍କ ଘେରିଛି ପ୍ରଦେଶ ବିଜେପି। ସେହିପରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଟୁଇଟ କରି ଦୋଷୀଙ୍କ କଡ଼ା ଦଣ୍ଡ ଦେବା ସପକ୍ଷରେ ଯୁକ୍ତି ବାଢିଛନ୍ତି।

Leave a Reply

Your email address will not be published. Required fields are marked *

Back to top button