ନାମଲେଖା ନାଁରେ ଠକୁଥିବା ଦୁଇଜଣ ଗିରଫ

ଭୁବନେଶ୍ଵର : ମେଡିକାଲ ଓ ଇଞ୍ଜିନିୟରିଂ ନାମଲେଖା ନାଁ’ରେ ଠକେଇ। ଏହି ଅଭିଯୋଗରେ କମିଶନରେଟ ପୋଲିସର କ୍ରାଇମ ୟୁନିଟ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅଭିନନ୍ଦନ ବାରିକ ଓ ରାଜେଶ ରୋସନ ସାହୁ। ଏଥିସହ ୨ଟି ଦାମୀ କାର, ୨ଟି ଲାପଟପ୍, ୩ଟି ଟଙ୍କା ଗଣା ମେସିନ ଓ ୪ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଛି।

ଖବର ଅନୁଯାୟୀ ଦୁଇ ଅଭିଯୁକ୍ତ କିଛିବର୍ଷ ହେଲା ଭୁବନେଶ୍ଵର ନୟାପଲ୍ଲୀ ଆଇଆରସି ଭିଲେଜ୍ ଏନ୍-୩ ଅଞ୍ଚଳରେ ଡିଏଫ ଏକାଡେମୀ ନାମରେ ଏକ ଅଫିସ୍ ଖୋଲିଥିଲେ। ଏନଆରଆଇ କୋଟାରେ ବିଭିନ୍ନ ଘରୋଇ ବିଶ୍ୱବିଦ୍ୟାଳୟରେ ନାମଲେଖାଇ ଦେବାକୁ ପ୍ରତିଶ୍ରୁତି ଦେଉଥିଲେ। ଏ ବାବଦରେ ଛାତ୍ରଛାତ୍ରୀଙ୍କ ଠାରୁ ଠକି ନେଉଥିଲେ ମୋଟ ଅଙ୍କର ଟଙ୍କା। ଠକାମୀର ଶିକାର ହୋଇଥିବା ଜଣେ ଛାତ୍ରୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରି ଦୁଇଜଣଙ୍କୁ ବାନ୍ଧିଛି।

Leave a Reply

Your email address will not be published. Required fields are marked *

Back to top button