ନବୀନ ଓ ପାଣ୍ଡିଆନ ଜେଲ୍‌ ଯିବେ : ଜୟନାରାୟଣ

ଭୁବନେଶ୍ଵର : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସୁସ୍ଥ ହୋଇ ଓଡ଼ିଶାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବଙ୍କୁ ଟାର୍ଗେଟ୍‌ କରିଛନ୍ତି।

ଖବର ଅନୁଯାୟୀ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା କୋର କମିଟି ବୈଠକରୁ ବାହାରି ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଏଥର ଲଢ଼େଇ ଜୋରଦାର ହେବ। ଲିଜ୍‌ରେ ଚାଲିଥିବା ନବୀନ ପଟ୍ଟନାୟକ ସରକାର ଗାଦିଚ୍ୟୁତ ହେବେ। ଅନ୍ୟାୟ, ଅତ୍ୟାଚାର ଓ ବ୍ୟଭିଚାର ସୀମା ପାର କରିଥିବାରୁ ନବୀନ ଓ ପାଣ୍ଡିଆନ ଜେଲ୍‌ ଯିବେ। ବିଜେପି ସରକାର ଓ କେନ୍ଦ୍ର ସରକାର ଏମାନଙ୍କୁ ଜେଲ୍‌ରେ ପୂରେଇବେ ବୋଲି ଶ୍ରୀ ମିଶ୍ର ଦୃଢୋକ୍ତି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button