ସରକାରଙ୍କ ସ୍ଥାଣୁତା ଓ ଅପାରଗତା ବିରୁଦ୍ଧରେ ପଞ୍ଚାୟତସ୍ତରରୁ ଆନ୍ଦୋଳନ ବ୍ୟାପକ ହେବ : ମନମୋହନ

ଭୁବନେଶ୍ୱର : ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ଅଧିକରୁ ଅଧିକ ସିଟ୍‌ କିପରି ମିଳିବ ସେଥିପାଇଁ ରୋଡ୍‌ ମ୍ୟାପ୍‌ ଉପରେ ବିଜେପି କୋର ଟିମ୍‌ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଦୁଇମାସ ଲାଗି କାର୍ଯ୍ୟକ୍ରମ ଖସଡ଼ା ପ୍ରସ୍ତୁତ କରାଯିବା ସହିତ ସହ ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା ବିରୁଦ୍ଧରେ ପଞ୍ଚାୟତସ୍ତରରୁ ଆନ୍ଦୋଳନ ବ୍ୟାପକ ହେବ। ଏହି ସୂଚନା ଦେଇଛନ୍ତି ଦଳର ରାଜ୍ୟ ସଭାପତି ମନମୋହନ ସାମଲ।

ଖବର ଅନୁଯାୟୀ ରବିବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ କୋର୍ କମିଟି ବୈଠକ ବସିଥିଲା। ଏଥିରେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସମ୍ୱିତ ପାତ୍ର, ପ୍ରତାପ ଷଡଙ୍ଗୀ, ଜୁଏଲ୍‌ ଓରାମ୍‌ଙ୍କ ସମେତ ଦଳର ଟପ୍ ଲିଡରମାନେ ଉପସ୍ଥିତ ଥିଲେ। ଫୋକସରେ ରହିଥିଲା ୨୦୨୪ ସାଧାରଣ ନିର୍ବାଚନ। ନବୀନ ସରକାରକୁ ହଟାଇବା ପାଇଁ ଦୁଇ ମାସିଆ ଆକସନ ପ୍ଲାନ୍ ପ୍ରସ୍ତୁତ ହୋଇଥିଲା। ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ କିଭଳି ଅଧିକରୁ ଅଧିକ ସିଟ୍ ମିଳିବ ସେହି ମିଶନରେ ପାର୍ଟି କାମ କରୁଛି। ବୁଥ୍, ଶକ୍ତିକେନ୍ଦ୍ର, ମଣ୍ଡଳ, ବ୍ଲକ୍ ଓ ସଂସଦୀୟ କ୍ଷେତ୍ରରେ ସଙ୍ଗଠନକୁ ମଜଭୁତ କରି ମୋଦି ସରକାରଙ୍କ ୯ ବର୍ଷର ସଫଳତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆଲୋଚନା ହୋଇଛି। ଲୋକଙ୍କ ସହ ଯୋଡିବା ହେବା ପାଇଁ ଅନେକ ସାମଜିକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ମୋ’ ମାଟି-ମୋ’ ଦେଶ, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସେବା ପକ୍ଷ କାର୍ଯ୍ୟକ୍ରମ କରିବାକୁ ହୋଇଛି ବିସ୍ତୃତ ଆଲୋଚନା।

ଚନ୍ଦ୍ରଯାନ-ଥ୍ରୀର ସଫଳତା, ମିଶନ ଆଦିତ୍ୟ-ଏଲ୧ ପାଇଁ ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଏବଂ G-20 ଶିଖର ସମ୍ମିଳନୀର ନେତୃତ୍ୱ ନେବା ଓ ଗ୍ୟାସ୍ ଦର କମାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୋର୍ କମିଟି ପକ୍ଷରୁ ଧନ୍ୟବାଦ ଦିଆଯାଇଛି। ସେପଟେ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ନେଇ ପଞ୍ଚାୟତରେ ଚାଲିଥିବା ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବା ସହ ଏହାକୁ ରାଜ୍ୟସ୍ତରକୁ ନେବାକୁ ସ୍ଥିର ହୋଇଛି ବୋଲି ଶ୍ରୀ ସାମଲ ସାମଲ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button