Thu. Nov 14th, 2019

ଟ୍ରକ୍‌ ଧକ୍କାରେ ଭାଇଭଉଣୀଙ୍କ ମୃତ୍ୟୁ

ଭୁବନେଶ୍ଵର : ବଲାଙ୍ଗିର ଜିଲ୍ଲା ଦେଓଗାଁ-ତୁଷୁରା ରାସ୍ତା ମହିପୁର ଛକରେ ଆଜି ସକାଳେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଭାଇଭଉଣୀଙ୍କ ପ୍ରାଣ ଯାଇଛି।

ସୂଚନା ଅନୁଯାୟୀ ମଣ୍ଟୁ ବେନିଆ ଓ ଭଉଣୀ ସଞ୍ଜୁ ବାଇକ୍‌ରେ ସାଲେପାଲି ଗାଁକୁ ଯାଉଥିଲେ। ମହିପୁର ଛକ ନିକଟରେ ରାସ୍ତା ଅତିକ୍ରମ କରିବା ବେଳେ ତୁଷୁରା ପଟୁ ଆସୁଥିବା ଏକ ଚାଉଳ ବୋଝେଇ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *