Thu. Nov 14th, 2019

ଫାଙ୍କା ଗୁଳି ଚଳାଇ ଦୁର୍ବୃତ୍ତ ୧୦ ଲକ୍ଷ ଲୁଟିଲେ

ଭୁବନେଶ୍ଵର : ଆଜି ସକାଳେ କୁଆଁରମୁଣ୍ଡା ପଞ୍ଚାୟତ ଅଫିସ ସାମ୍ନାରୁ ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚଳାଇ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଖବର ଅନୁଯାୟୀ ଭତ୍ତା ଟଙ୍କା ନେଇ ଯାଉଥିବା ଏକ ଗାଡିକୁ ୫ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଅଟକାଇଥିଲେ। ଏହାପରେ କର୍ମଚାରୀଙ୍କୁ ଭୟଭୀତ କରିବା ପାଇଁ ଫାଙ୍କା ଗୁଳିଚାଳନା କରି ୧୦ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *