ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ରିପୋର୍ଟକୁ ସାର୍ବଜନୀନ କରିବାକୁ ବିଜେପିର ଦାବି

ଭୁବନେଶ୍ଵର : ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡରେ ତଦନ୍ତ କମିସନ ରିପୋର୍ଟକୁ ରାଜ୍ୟ ସରକାର କାହିଁକି ସାର୍ବଜନୀନ କରୁ ନାହାନ୍ତି ବୋଲି ବିଜେପି ପ୍ରଶ୍ନ ଉଠାଇଛି। କହିଛି। ବିଧାନସଭାରେ କାହିଁକି ରିପୋର୍ଟ ଉପସ୍ଥାପନ ହେଉନାହିଁ। ଅସୁବିଧା କେଉଁଠି ରହୁଛି ବିଜେପି କହିଥିବା ବେଳେ ତୁରନ୍ତ ସାର୍ବଜନୀନ କରିବାକୁ ଦାବି କରିଛି।

ଖବର ଅନୁଯାୟୀ ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଯାଉ ନଥିବାରୁ ଘଟଣା ପଛରେ ସରକାରଙ୍କର ହାତ ରହିଥିବା ମନେ ହେଉଛି। ଘଟନାଦିନ ସ୍ୱାମୀଜୀଙ୍କୁ ଯେମିତି ସୁରକ୍ଷା ଦିଆଯିବା କଥା ତାହା ରାଜ୍ୟ ସରକାର ଯୋଗାଇ ଦେଇ ନଥିଲେ। ସେଥିପାଇଁ କମିସନଙ୍କ ରିପୋର୍ଟକୁ ଲୁଚାଉଛନ୍ତି। ଯଦି ଏପରି ହୋଇନଥାନ୍ତା ତେବେ ରିପୋର୍ଟକୁ ସାର୍ବଜନୀନ କରି ସାରନ୍ତେଣି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ କନ୍ଧମାଳ ଜିଲ୍ଲା ଚକାପାଦସ୍ଥିତ ଜଳେଶ୍ଵପଟା ଆଶ୍ରମରେ ୨୦୦୮ ଜନ୍ମାଷ୍ଟମୀ ତିଥିରେ ସ୍ୱାମୀ ଲକ୍ଷଣାନନ୍ଦ ସରସ୍ଵତୀଙ୍କୁ ଆତତାୟୀମାନେ ଗୁଳି କରି ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡକୁ ୧୫ ବର୍ଷ ପୂରିଛି।

Leave a Reply

Your email address will not be published. Required fields are marked *

Back to top button