‘ଇଣ୍ଡିଆ ବନାମ ଭାରତ’ ବିବାଦ : ମେଣ୍ଟ ନାଁ ପରିବର୍ତ୍ତନ କରିବାକୁ ଶଶି ଥରୁରଙ୍କ ପରାମର୍ଶ

ନୂଆଦିଲ୍ଲୀ : ଇଣ୍ଡିଆ ବନାମ ଭାରତ ନାମକୁ ସୃଷ୍ଟି ହୋଇଛି ବିବାଦ। ରାଜନୈତିକ ଦଳଗୁଡିକ ଏହି ପ୍ରସଙ୍ଗରେ ଦୁଇ ଭାଗରେ ବିଭକ୍ତ ହେଇଯାଇଛନ୍ତି। କେତେକ ଭାରତ ନାମକୁ ସମର୍ଥନ କରୁଥିବାବେଳେ ଅନ୍ୟ ପକ୍ଷ କହୁଛନ୍ତି ସମ୍ବିଧାନ ବିରୋଧୀ। ଏହି କ୍ରମରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ବିରୋଧୀ ଦଳକୁ ମେଣ୍ଟ ନାଁ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ଟୁଇଟର)ରେ ଭାରତର ନାମ ପରିବର୍ତ୍ତନ ବିଷୟରେ ପୋଷ୍ଟ କରି କଂଗ୍ରେସ ସାଂସଦ ଶଶି ଥରୁର ଲେଖିଛନ୍ତି ଭବିଷ୍ୟତ ଭାରତର ଉନ୍ନତି, ସମନ୍ୱୟ ଓ ଦାୟିତ୍ଵକୁ ଦୃଷ୍ଟିରେ ରଖି ଆମେ ନିଜକୁ ଏକ ମିଳିତ ମଞ୍ଚ ବୋଲି କହିପାରିବା। ଆମେ ଏମିତିକଲେ ବୋଧହୁଏ ଶାସକ ଦଳ ନାମ ପରିବର୍ତ୍ତନର ଏହି ଘୃଣ୍ୟ ଖେଳ ଖେଳିବା ବନ୍ଦ କରିଦେବେ। ଏହାପୂର୍ବରୁ ଶଶି ଥରୁର କହିଥିଲେ ଭାରତକୁ ଭାରତ ବୋଲି କହିବାରେ କୌଣସି ସାମ୍ବିଧାନିକ ଆପତ୍ତି ନାହିଁ। କିନ୍ତୁ ସେ ଆଶା କରୁଛନ୍ତି ଇଣ୍ଡିଆ ନାମକୁ ସମ୍ପୂର୍ଣ୍ଣ ରୂପେ ପରିତ୍ୟାଗ କରିବାର ଏତେ ବଡ ଭୁଲ ସରକାର କରିବେ ନାହିଁ। କାରଣ ଏହାର ଏକ ବଡ଼ ବ୍ରାଣ୍ଡ ଭାଲ୍ୟୁ ଅଛି।

Leave a Reply

Your email address will not be published. Required fields are marked *

Back to top button