ଫାଙ୍କା ଗୁଳି ଚଳାଇ ବ୍ୟବସାୟୀଙ୍କଠାରୁ ଟଙ୍କା ଓ ସୁନା ଲୁଟିଲେ

କଟକ : ବିଚ୍‌ ରାସ୍ତାରେ ବ୍ୟବସାୟୀଙ୍କ ଉପରକୁ ଫାଙ୍କା ଗୁଳି ଚଳାଇ ଦୁର୍ବୃତ୍ତ ଟଙ୍କା ଓ ସୁନା ଲୁଟିନେଇଛନ୍ତି। ଏହି ଘଟଣା ଆଜି କଟକର ମତ୍ତଗଜପୁର ଲେବୁଲ କ୍ରସିଂ ନିକଟରେ ଘଟିଛି।

ଖବର ଅନୁଯାୟୀ ହାଟସାହିର ଜଣେ ବ୍ୟବସାୟୀ ବୁଧବାର ସକାଳେ ଘରୁ ବାହାରିବା ପରେ ତାଙ୍କୁ କିଛି ଯୁବକ ପିଛା କରୁଥିଲେ। ମତ୍ତଗଜପୁର ଲେଭଲ କ୍ରସିଂ ନିକଟରେ ୩ଟି ବାଇକରେ ଆସିଥିବା ଦୁର୍ବୃତ୍ତ ବ୍ୟବସାୟୀଙ୍କୁ ଘେରି ଯାଇଥିଲେ। ସୁନା, ଅଳଙ୍କାର ଓ ଟଙ୍କା ଦେବାକୁ ଧମକ ଦେଇଥିଲେ। ମାତ୍ର ବ୍ୟବସାୟୀଜଣକ ମନା କରିବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୁର୍ବୃତ୍ତମାନେ ବ୍ୟବସାୟୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସୌଭାଗ୍ୟବଶଃତ ଗୁଳି ତାଙ୍କ ଶରୀରରେ ବାଜି ନଥିଲା। ସେ ଭୟଭୀତ ହୋଇଯିବାରୁ ତାଙ୍କ ନିକଟରେ ଥିବା ୨୫ ହଜାର ଟଙ୍କା ସମେତ ସୁନା ଓ ଅଳଙ୍କାର ନେଇ ଦୁର୍ବୃତ୍ତ ଫେରାର ହୋଇ ଯାଇଥିଲେ।

ପୋଲିସ ଅପରାଧୀଙ୍କୁ ଧରିବାକୁ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିବା ବେଳେ ସ୍ପେଶାଲ ସ୍କ୍ୱାର୍ଡ ଏହା ଉପରେ ନଜର ରଖିଛି। ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଦେଖି ଅପରାଧୀଙ୍କ ଗତିବିଧି ଓ ସେମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଜାରି ରହିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button