ଦାଦା ବଟି ପାଇଁ ଅପହରଣ ଅଭିଯୋଗରେ ବାଉନ୍ସର ଗିରଫ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ ବାଉନ୍ସରଙ୍କ ଦାଦା ବଟି ଆଦାୟ। ଦାଦା ବଟି ନଦେବାରୁ ଜଣେ ବାର କର୍ମଚାରୀଙ୍କୁ ଅପହରଣ କରି ବନ୍ଦ ଘର ଭିତରେ ମାଡ଼ ମାରିଥିବା ଅଭିଯୋଗ ଦୁଇଜଣ ବାଉନ୍ସରଙ୍କୁ ଏୟାରଫିଲ୍ଡ ଥାନା ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ କଟକ ରୋଡ଼ ମହାନ୍ତି ବାରରେ କାମ କରୁଥିବା ଜଣେ ଫ୍ଲୋର ମ୍ୟାନେଜର ମୁଜିବୁର ରେହମାନଙ୍କୁ ଦଦାବଟି ପାଇଁ ଅପହରଣ କରାଯାଇଥିଲା। ତାଙ୍କୁ ମଗାଯାଇଥିଲା ମାସକୁ ୫୦ ହଜାର ଟଙ୍କା। ଟଙ୍କା ନଦେବାରୁ ଏକ ସ୍କର୍ପିଓ ଗାଡ଼ିରେ ଅପହରଣ କରିନେଇ ମାଡ଼ ମାରି ଛାଡ଼ିଦେଇଥିଲେ। ଏୟାରଫିଲ୍ଡ ପୋଲିସ ଏହି ଘଟଣାର ତଦନ୍ତ ଚଳାଇ ଦୁଇଜଣ ବାଉନ୍ସରଙ୍କୁ ଗିରଫ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button