ଅଢେଇ କିଲୋଗ୍ରାମ ସୁନା ବିସ୍କୁଟ ଜବତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନିକଟରୁ ଡାଇରେକ୍ଟୋରେଟ ରେଭିନ୍ୟୁ ଇଣ୍ଟେଲିଜେନ୍ସ ପ୍ରାୟ ଅଢେଇ କିଲୋଗ୍ରାମ ସୁନା ବିସ୍କୁଟ ଜବତ କରିଛି। ବିଦେଶରେ ତିଆରି ହୋଇ ଏସବୁ ଚୋରାରେ ଭୁବନେଶ୍ୱର ଅଣାଯାଇଥିବା ଜଣାପଡିଛି।

ଖବର ଅନୁଯାୟୀ ଭୁବନେଶ୍ୱର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଠାରୁ ୨ କିଲୋ ୪୬୪ ଗ୍ରାମ ସୁନା ବିସ୍କୁଟ ଜବତ ହୋଇଛି। ସୁନା ବିସ୍କୁଟ ଗୁଡିକ ସାରା ଦେଶରେ ବେଆଇନ ଭାବେ ଚାଲାଣ କରାଯିବାର ଥିଲା। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

Leave a Reply

Your email address will not be published. Required fields are marked *

Back to top button