ଚାକିରି ପାଇଁ ମହିଳା ବିବାହିତ ହେବା ଜରୁରୀ ସର୍ତ୍ତ ଅଣସାମ୍ବିଧାନିକ : ରାଜସ୍ଥାନ ହାଇକୋର୍ଟ

ଯୋଧପୁର : ଅଙ୍ଗନବାଡ଼ି ଚାକିରି ପାଇଁ ମହିଳା ବିବାହିତ ହେବା ଜରୁରୀ। ରାଜସ୍ଥାନ ସରକାରଙ୍କ ଦ୍ଵାରା ଘୋଷିତ ଏହି ନିୟମକୁ ରାଜସ୍ଥାନ ହାଇକୋର୍ଟ ଅଣସମ୍ବିଧାନିକ ବୋଲି କହିଛନ୍ତି। କୋର୍ଟ ତାଙ୍କ ରାୟରେ କହିଛନ୍ତି ବିବାହ ଆଧାରରେ ସରକାରୀ ଚାକିରିରୁ ବଞ୍ଚିତ ହେବା ସମ୍ବିଧାନର ଧାରା ୧୪/୧୬ ଅନୁଯାୟୀ ଦିଆଯାଇଥିବା ମୌଳିକ ଅଧିକାରର ଉଲ୍ଲଂଘନ।

ଖବର ଅନୁଯାୟୀ ଅଙ୍ଗନବାଡ଼ି ଓ ଅଙ୍ଗନବାଡ଼ି କର୍ମୀ ଏବଂ ଅଙ୍ଗନବାଡି ସହାୟିକା ନିଯୁକ୍ତି ପାଇଁ ରାଜସ୍ଥାନ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିୟମ ରହିଛି ବିବାହିତା ମହିଳା ଏଥିପାଇଁ ଯୋଗ୍ୟ ବିବେଚିତ ହେବେ। ଏ ସମ୍ପର୍କିତ ଏକ ଆବେଦନର ଶୁଣାଣି ରାଜସ୍ଥାନ ହାଇକୋର୍ଟରେ ହୋଇଥିଲା। ଆଇନଜୀବୀ ଯଶପାଲ ଖିଲେରୀ କହିଥିଲେ ଭାରତର ସମ୍ବିଧାନ ସ୍ପଷ୍ଟ ଭାବରେ ନାଗରିକମାନଙ୍କ ମଧ୍ୟରେ ଭେଦଭାବକୁ ନିଷେଧ କରିଛି। ଆଇନ ଆଗରେ ସମାନତାର ମୌଳିକ ଅଧିକାର ପ୍ରଦାନ କରିଛି। ଏହାସତ୍ତ୍ୱେ ରାଜ୍ୟ ସରକାର ଜଣେ ବିବାହିତା ମହିଳା ଓ ଅବିବାହିତ ମହିଳାଙ୍କ ମଧ୍ୟରେ ଭେଦଭାବ କରିଛନ୍ତି। ଯାହାକୁ ଭାରତୀୟ ସମ୍ବିଧାନର ନିର୍ମାତାମାନେ କଳ୍ପନା କିମ୍ବା ଚିନ୍ତା ମଧ୍ୟ କରିନଥିଲେ। ରାଜ୍ୟ ସରକାର ସର୍କୁଲାରରେ ବିବାଦୀୟ ସର୍ତ୍ତ (ମହିଳାଙ୍କ ବିବାହ ହେବା ଆବଶ୍ୟକ) ଉଚ୍ଛେଦ କରିବାକୁ ପ୍ରାର୍ଥନା କରାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button