Thu. Nov 14th, 2019

ପାକିସ୍ତାନକୁ ଆଉ ନଦୀଜଳ ଦିଆଯିବନି-ମୋଦି

ନୂଆଦିଲ୍ଲୀ : ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଦାଦରିରେ ଏକ ରାଲିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଛନ୍ତି ହରିୟାଣା, ପଞ୍ଜାବ ଓ ରାଜସ୍ଥାନକୁ ଯେଉଁ ନଦୀ ଜଳ ମିଳିବା କଥା ତାହା ଗତ ୭୦ ବର୍ଷ ଧରି ପାକିସ୍ତାନକୁ ଯାଉଛି। ଏବେ ଏସବୁ ନଦୀ ଜଳକୁ ଆଉ ପାକିସ୍ତାନକୁ ଦିଆଯିବ ନାହିଁ। ଏନେଇ ସ୍ଵତନ୍ତ୍ର କାର୍ଯ୍ୟଧାରା ଜାରି ରହିଛି। ଏହି ଜଳ ଦ୍ୱାରା ହରିୟାଣା, ପଞ୍ଜାବ ଓ ରାଜସ୍ଥାନ ଚାଷୀଙ୍କ ବିକାଶ ହେବ। ଘରେ ଘରେ ପିଇବା ପାଣି କାର୍ଯ୍ୟକ୍ରମ ଏସବୁ ନଦୀ ଜଳ ଦ୍ୱାରା ସମ୍ପନ୍ନ ହୋଇପାରିବ ବୋଲି ମୋଦୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *