ଘରର ପଶ୍ଚିମ ଦିଗରେ ଏସବୁ ରଖିଲେ ପଡିବ ନକାରାତ୍ମକ ପ୍ରଭାବ

ନୂତନ ଘର କରିବା ବେଳେ ବାସ୍ତୁଶାସ୍ତ୍ର ପ୍ରତି ଗୁରୁତ୍ଵ ଦିଆଯିବ ଉଚିତ। ନଚେତ ସମସ୍ୟା ସୃଷ୍ଟି ହୋଇପାରେ। ଏପରିକି ଘର ଭିତରେ ସକାରାତ୍ମକ ଚିନ୍ତାଧାରା ବଢିବା ପରିବର୍ତ୍ତେ ନକାରାତ୍ମକ ପ୍ରଭାବ ପଡିବା ଅସମ୍ଭବ ନୁହେଁ। ବିଶେଷକରି ପଶ୍ଚିମ ଦିଗ କଥା ଯଦି କୁହାଯାଏ ଏହି ଦିଗର ସ୍ୱାମୀ ବରୁଣ ଦେବ। ତାଙ୍କ ସହ ଶନିଙ୍କ ପ୍ରଭାବ ମଧ୍ୟ ରହିଥାଏ। ତେଣୁ ଏ ଦିଗରେ କ’ଣ ନ ରଖିବା ଆବଶ୍ୟକ ସେ ସମ୍ପର୍କରେ ଆସନ୍ତୁ ଜାଣିବା।

ପଶ୍ଚିମ ଦିଗରେ ପାଣି ସାମିଲ୍‌ ରହିଥିବା କୌଣସି ଜିନିଷ ରଖିବା ଅନୁଚିତ। ଏପରିକି ଆକ୍ୱାରିୟମ୍‌ ବା ଫାଉଣ୍ଟେନ୍‌ ରଖନ୍ତୁ ନାହିଁ। ଏହାକୁ ଅନାଦେଖା କଲେ ଘର ଭିତରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ­
ସେହିପରି ପଶ୍ଚିମ ଦିଗରେ କୌଣସି ଭଗବାନଙ୍କ ଫଟୋ ବା ତାଙ୍କ ସମ୍ବନ୍ଧୀୟ ଜିନିଷ ରଖିବା ମନା। କାରଣ ପୂଜା ପାଇଁ ରଖାଯାଉଥିବା ଭଗବାନଙ୍କ ଫଟୋ ସବୁବେଳେ ପୂଜା ଘରେ ପୂର୍ବ ଆଡକୁ ମୁହଁ କରି ରଖିବା ଉଚିତ୍‌। ­

ପ୍ରାୟ ଦେଖାଯାଏ ଲୋକଙ୍କର ଘରେ ଭିନ୍ନ ଭିନ୍ନ ପ୍ରକାରର ଗଛ ଲଗାଇବା ସଉକ ରହିଛି। କିନ୍ତୁ ପଶ୍ଚିମ ଦିଗରେ କେବେ ତୁଳସୀ ଗଛ ରଖିବା ଅନୁଚିତ୍‌। ବାସ୍ତୁ ଅନୁସାରେ ତୁଳସୀ ଗଛ ସର୍ବଦା ପୂର୍ବ ଦିଗ ଆଡ଼କୁ ରଖିବା ଦରକାର। ­

ଘରକୁ ବାୟୁ ଚଳାଚଳ କରିବା ପାଇଁ ବଡ଼ ବଡ଼ ଝରକା ରଖିବା ଉଚିତ୍‌। ହେଲେ ପଶ୍ଚିମ ଦିଗରେ ଝରକା ବା କବାଟ ରଖିବା ଉଚିତ ନୁହେଁ। ଯଦି ବଡ଼ ଝରକା ରହିଥାଏ ତେବେ ଏହାକୁ ପରଦା ଦେଇ ବନ୍ଦ କରିଦିଅନ୍ତୁ।

ଏବେ ସମସ୍ତଙ୍କ ଘରେ ପିଲାଙ୍କ ପଢିବା ପାଇଁ ଗୋଟିଏ ପଢା ଘର ରହୁଛି। ଏହି ପଢା ଘରକୁ ପଶ୍ଚିମ ଦିଗରେ ନଖିବା ସବୁବେଳେ ପୂର୍ବ ଦିଗରେ କରନ୍ତୁ। ଯାହା ପିଲା ଓ ଘର ପାଇଁ ଭଲ ହୋଇଥାଏ।

Leave a Reply

Your email address will not be published. Required fields are marked *

Back to top button