Thu. Nov 14th, 2019

ବିଧାନସଭା ଗ୍ରନ୍ଥାଗାର କମିଟିର ଚତୁର୍ଥ ବୈଠକ

ଭୁବନେଶ୍ୱର : ଆଜି ବିଧାନସଭା ଗ୍ରନ୍ଥାଗାର କମିଟିର ଚତୁର୍ଥ ବୈଠକ ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ବିଧାୟକ ପ୍ରଦୀପ ମହାରଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବିଧାନସଭା ଗ୍ରନ୍ଥାଗାର ଭବନ ନବୀକରଣ କାର୍ଯ୍ୟର ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ସଂପର୍କରେ ଆଲୋଚନା ହୋଇଥିଲା। ପୁରୁଣା ଗ୍ରନ୍ଥାଗାରରେ ସ୍ଥାନାଭାବ ଦେଖାଦେଇଥିବାରୁ ଏହାର ସଂପ୍ରସାରଣ କରାଯିବ। ପୂର୍ତ୍ତ ବିଭାଗ ଏହି ସଂପ୍ରସାରଣ କୋଠା ନିମନ୍ତେ ପ୍ରାରମ୍ଭିକ ଅଟକଳ ଦାଖଲ କରିଛି। ଏହି ବୈଠକରେ କମିଟିର ସଦସ୍ୟଙ୍କ ସମେତ ପୂର୍ତ୍ତ ବିଭାଗ କମିଶନର ତଥା ଶାସନ ସଚିବ ଡ. କି୍ରଷନ କୁମାର, ବିଧାନସଭାର ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *