ୟୁପିଆଇରେ ଭଏସ୍ କମାଣ୍ଡ୍ ଦେଇ ଟଙ୍କା ପଠାଇହେବ

ନୂଆଦିଲ୍ଲୀ : ୟୁପିଆଇରେ ଏବେ ଏକ ନୂଆ ଫିଚର ଆରମ୍ଭ ହେବାକୁ ଯାଉଛି। ଏହା ମାଧ୍ୟମରେ ଟଙ୍କା ପଠାଇବା ଆହୁରି ସହଜ ହେବ। ଟେକ୍ସଟ୍ ଆଧାରିତ କମାଣ୍ଡ ପରିବର୍ତ୍ତେ ଭଏସ୍ ଆଧାରିତ ଇନପୁଟ୍ ବ୍ୟବହାର କରି ପେମେଣ୍ଟ କରାଯାଇ ପାରିବ।

ଖବର ଅନୁଯାୟୀ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ନିକଟରେ ଗ୍ଲୋବାଲ ଫିନଟେକ୍ ଫେଷ୍ଟ ୨୦୨୩ରେ ୟୁପିଆଇରେ ପେମେଣ୍ଟ ଭଳି ଅନେକ ନୂଆ ଫିଚର ଲଞ୍ଚ କରିଛନ୍ତି। ଏନପିସିଆଇ ଅନୁଯାୟୀ ନେଣଦେଣକୁ ତ୍ୱରାନ୍ୱିତ କରିବାକୁ ଉପଭୋକ୍ତାମାନେ ଫଣ୍ଡ ଟ୍ରାନ୍ସଫର କରିବା ଓ ୟୁପିଆଇ ପିନ୍ ଇନପୁଟ୍ କରିବା ନିମନ୍ତେ ଭଏସ୍ କମାଣ୍ଡ ଦେଇପାରିବେ।

ନ୍ୟାସନାଲ ପେମେଣ୍ଟକର୍ପୋରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ସେପ୍ଟେମ୍ବର ୬ରେ ଜାରି କରାଯାଇଥିବା ସର୍କୁଲାରରେ କୁହାଯାଇଛି ୟୁପିଆଇରେ ଭଏସ୍ ପେମେଣ୍ଟ ସେବା ଦ୍ୱାରା ଉପଭୋକ୍ତାମାନେ ୟୁପିଆଇ ଆପ୍, ଟେଲିକମ୍ କଲ୍ ଓ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ ଡିଭାଇସ୍ ମାଧ୍ୟମରେ ଭଏସ୍-ଏନାବଲ୍ଡ ୟୁପିଆଇ ପେମେଣ୍ଟ୍ ସକ୍ଷମ କରିପାରିବେ। ଅନ-କଲ୍ ସୁବିଧା ପାଇଁ ୟୁଜରମାନଙ୍କୁ ଏକ ନମ୍ବର ଡାଏଲ କରିବାକୁ ପଡିବ। ତାପରେ ଆଇଭିଆର ମାଧ୍ୟମରେ ନିଜର ନେଣଦେଣ ସଂପୂର୍ଣ୍ଣ କରିପାରିବେ।

Leave a Reply

Your email address will not be published. Required fields are marked *

Back to top button