Thu. Nov 14th, 2019

୫୮ ବର୍ଷ ବୟସ୍କ ବିଲ୍ଡରଙ୍କର ୧୨୦ ପତ୍ନୀ

ଦୁନିଆରେ ଅନେକ ଚରିତ୍ର ଅଛନ୍ତି ସେମାନଙ୍କ ମାନସିକତା ବି ବଡ ବିଚିତ୍ର। ଏହି ବର୍ଗଙ୍କ ଭିତରୁ ଜଣେ ହେଲେ ଥାଇଲ୍ୟାଣ୍ଡର ନୋକନ ନାୟକ ପ୍ରାନ୍ତର ବିଲ୍ଡର ତମ୍ବନ ପ୍ରେଜର୍ଟ। ଯିଏକି ୫୮ ବର୍ଷ ବୟସରେ ୧୨୦ ଜଣ ମହିଳାଙ୍କୁ ବିବାହ କରିଛନ୍ତି। କିନ୍ତୁ ଥାଇଲ୍ୟାଣ୍ଡରେ ବହୁ ବିବାହ ନିଷିଦ୍ଧ ହୋଇଥିଲେ ମଧ୍ୟ ତମ୍ବନ ଅବୈଧ ଭାବେ ଅନେକ ବିବାହ କରିଥିବା ଜଣାପଡିଛି। ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ତମ୍ବନ ଯେଉଁଠାରେ ନୂଆ ପ୍ରକଳ୍ପ କରନ୍ତି ସେଠାରେ ଜଣେ ମହିଳାଙ୍କୁ ବିବାହ କରନ୍ତି।

ତମ୍ବନ କହିଛନ୍ତି ସେ ବିବାହ କରିବା ପୂର୍ବରୁ ତାଙ୍କ ପତ୍ନୀମାନଙ୍କୁ ଜଣାଇ ଦିଅନ୍ତି। କେବଳ ସେତିକି ନୁହେଁ ବିବାହ କରିବାକୁ ଯାଉଥିବା ଯୁବତୀଙ୍କ ଅଭିଭାବକଙ୍କୁ ମଧ୍ୟ ପୂର୍ବରୁ ଏକାଧିକ ବିବାହ କରିଥିବା ସମ୍ପର୍କରେ ଜଣାଇଦିଅନ୍ତି। ଏହା ଜାଣିବା ପରେ ଯଦି ଯୁବତୀଙ୍କ ଅଭିଭାବକ ତାଙ୍କୁ ଜାମାତା କରିବାକୁ ଚାହାଁନ୍ତି ତେବେ ସେ ସାମାଜିକ ପ୍ରଥା ଅନୁସାରେ ବିବାହ କରନ୍ତି। ନିକଟରେ ତମ୍ବନ ଜଣେ ୨୭ ବର୍ଷ ବୟସ୍କା ଯୁବତୀ ଫନଙ୍କୁ ବିବାହ କରିଛନ୍ତି। 

ପ୍ରଥମେ ତମ୍ବନ ୧୭ ବର୍ଷ ବୟସରେ ତାଙ୍କ ଠାରୁ ୨ ବର୍ଷ ସାନ ଏକ ଯୁବତୀଙ୍କୁ ବିବାହ କରିଥିଲେ। ଏହି ବିବାହ କରାଇଥିଲେ ତମ୍ବନଙ୍କ ଅଭିଭାକ। ପ୍ରଥମ ପତ୍ନୀଙ୍କର ୩ଟି ସନ୍ତାନ ଅଛନ୍ତି। ତମ୍ବନ କନଷ୍ଟ୍ରକ୍ସନ ବ୍ୟବସାୟ ଆରମ୍ଭ କରିବା ପରେ ଅନେକ ଯୁବତୀଙ୍କ ସହ ତାଙ୍କର ମିଳାମିଶା ହୋଇଥିଲା। ତେଣୁ ଯେଉଁଠାରେ କନଷ୍ଟ୍ରକ୍ସନ କାମ ସେ ହାତକୁ ନିଅନ୍ତି ସେଠାରେ ଜଣେ ଯୁବତୀଙ୍କୁ ବିବାହ କରନ୍ତି ବୋଲି କହିଛନ୍ତି। ତମ୍ବନ ଏତେ ସଂଖ୍ୟକ ବିବାହ କରିଥିଲେ ମଧ୍ୟ ପତ୍ନୀମାନଙ୍କର କୌଣସି ସମସ୍ୟା ନାହିଁ। ସମସ୍ତଙ୍କୁ ସେ ଘର କରି ଦେଇଥିବା ବେଳେ ପରିବାରର ସବୁ ଆବଶ୍ୟକତାକୁ ପୂରଣ କରନ୍ତି। କୌଣସି ପତ୍ନୀ ତାଙ୍କ ବିରୋଧରେ ଆଜିଯାଏ ଆପତ୍ତି କିମ୍ବା ଅଭିଯୋଗ କରିନାହାଁନ୍ତି ବୋଲି ତମ୍ବନ କହିଥିବା ବେଳେ ଏବେ ୧୨୦ ଜଣ ପତ୍ନୀଙ୍କର ୨୮ଟି ସନ୍ତାନ ଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *