ବାଲେଶ୍ୱର : ଗୁଳିମାଡ଼ରେ ଯୁବକ ଗୁରୁତର

ବାଲେଶ୍ଵର : ବାଲେଶ୍ଵର ସହରର ଶୋଭାରାମପୁରଠାରେ ଗୁଳିମାଡ଼। ଏଥିରେ ଜଣେ ଯୁବକ ଗୁରୁତର ହୋଇଥିବାରୁ ତାଙ୍କୁ କଟକ ହେଲେ ସ୍ଥାନାନ୍ତର କରାଯାଇଛି। ସେହି ଯୁବକଙ୍କ ନାଁ ବିନୋଦ ବେହେରା ବୋଲି ଜଣାପଡ଼ିଛି।

ଖବର ଅନୁଯାୟୀ ଗୁଳି ମାରିଥିବା ଓ ଗୁଳି ବାଜିଥିବା ଯୁବକ ଉଭୟ ବନ୍ଧୁ। ତେବେ ଉଭୟଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

Back to top button