ଅର୍ଥନୀତି ଅଧ୍ୟାପକ ବନ୍ଧା ହେଲେ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ପରମାଣପୁର ଝସକେତନ ସାହୁ ଡିଗ୍ରୀ କଲେଜ ପ୍ରିନ୍ସପାଲଙ୍କୁ ରେ। ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ନାଁରେ କଲେଜ ନକଲି ଇମେଲ କରି ବନ୍ଧାହେଲେ ଅଧ୍ୟାପକ।

ଖବର ଅନୁଯାୟୀ ଅର୍ଥନୀତି ବିଭାଗ ଅଧ୍ୟାପକ ପରେଶ କୁମାର ଭୋଇ ନିଯୁକ୍ତିରେ ଅନିୟମିତତା ଅଭିଯୋଗ କରି କଲେଜ ପ୍ରିନ୍ସପାଲଙ୍କୁ ଉଚ୍ଚଶିକ୍ଷା ବିଭାଗ ନାଁରେ ନକଲି ଇମେଲ କରିଥିଲେ। ଏନେଇ ପ୍ରିନ୍ସପାଲ ଗତ ୧୪ ତାରିଖରେ ସାଇବର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ଅଧ୍ୟାପକ ପରେଶ କୁମାର ଭୋଇଙ୍କ ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି। ଏହାଛଡା ଅଭିଯୁକ୍ତଙ୍କ ୨ଟି ମୋବାଇଲ ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button