Thu. Nov 14th, 2019

ମଦ ପିଇ ଧରାପଡିଲେ ଦେବାକୁ ପଡେ ମାଂସ ଭୋଜି

ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନିୟମ ରହିଛି। ସେହିପରି ଗୁଜରାଟର ବନାସଙ୍କା ସ୍ଥିତ ଅମିରଗଢ ଅନ୍ତର୍ଗତ ଆଦିବାସୀ ଗ୍ରାମ ଖଟିସିଟାରାର ଗ୍ରାମବାସୀ ଏକ ଅଭିନବ ନିୟମ କରିଛନ୍ତି। ଏହି ଗ୍ରାମରେ ଯଦି କେହି ମଦ ପିଇ ଗାଳିଗୁଲଜ କରେ ତେବେ ପୁରା ଗାଁ ଲୋକଙ୍କୁ ଦେବ ମାଂସ ଭୋଜି।

ଗ୍ରାମବାସୀମାନେ ଏପରି ନିଷ୍ପତ୍ତି ପଛରେ ଏକ ବଡ କାରଣ ରହିଛି। ଏଇ କାରଣ ହେଲା ୨୦୧୩-୧୪ରେ ଉକ୍ତ ଗାଁର ବହୁ ଲୋକ ମଦ ପିଇବା ଦ୍ଵାରା ବିପଥଗାମୀ ହୋଇ ଅପରାଧରେ ଲିପ୍ତ ରହୁଥିଲେ। ଏହି ସମସ୍ୟାର ସମାଧାନ ପାଇଁ ଗାଁର ଲୋକମାନେ ମଦ ଉପରେ ରୋକ ଲଗାଇବାକୁ ନେଲେ ଅଭିନବ ପଦକ୍ଷେପ।

ଗାଁର ସରପଞ୍ଚ ଖିମଜୀ ଡୁଗେସାଙ୍କ କହିଛନ୍ତି ଯଦି କେହି ନିଶା ନେବା ବେଳେ ଧରାପଡେ ତେବେ ତାଙ୍କଠାରୁ ୨୦୦୦ ଟଙ୍କାର ଜରିମନା ଆଦାୟ କରାଯାଏ। ମଦ ପିଇ ଗାଁରେ ଉତ୍ପାତ କଲେ ୫୦୦୦ ଟଙ୍କା ଜରିମନା। ଏହାଛଡା ଗାଁରେ ମାଂସ ଭୋଜି ଦେବାର ନିୟମ କରାଯାଇଛି। ଏଥିପାଇଁ ୨୦ ହଜର ଟଙ୍କାର ଖର୍ଚ୍ଚ ହୁଏ। ପଞ୍ଚାୟତଙ୍କ ଏହି ନିଷ୍ପତ୍ତି ଫଳରେ ଏବେ ଗାଁରେ ଖୁବ୍ ସକାରତ୍ମକ ପ୍ରଭାବ ପଡିଛି। ଯେଉଁ ବର୍ଷ ଠାରୁ ଏହି ନିୟମ ଲାଗୁହେବ ଦିନଠାରୁ ୪ ଜଣ (୨୦୧୮) ଧରାପଡିଛନ୍ତି। କିନ୍ତୁ ୨୦୧୯ରେ କେହି ଧରାଯାଇ ନାହାଁନ୍ତି।

Leave a Reply

Your email address will not be published. Required fields are marked *