ତାମିଲନାଡ଼ୁ : ବିଜେପି-ଏଆଇଏଡିଏମକେ ସମ୍ପର୍କ ତୁଟିଲା

ଚେନ୍ନାଇ : ତାମିଲନାଡୁରେ ଭାରତୀୟ ଜନତା ପାର୍ଟିର ହାତ ଛାଡିଛି ଅଲ୍ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନେତ୍ରା କଜଗମ ବା ଏଆଇଏଡିଏମକେ। ଏହି ଦଳର ନେତା ଡି ଜୟକୁମାର କହିଛନ୍ତି ବିଜେପି ସହ କୌଣସି ମେଣ୍ଟ ନାହିଁ। ନିର୍ବାଚନୀ ମେଣ୍ଟ ସମ୍ପର୍କରେ ନିଷ୍ପତ୍ତି କେବଳ ସେହି ସମୟରେ ନିଆଯିବ।

ଖବର ଅନୁଯାୟୀ ଡି ଜୟକୁମାର କହିଛନ୍ତି ବିଜେପି ରାଜ୍ୟ ସଭାପତି ଆନ୍ନାମଲାଇ କୁପ୍ପୁସାମୀ ତାମିଲନାଡୁରେ ଏଆଇଏଡିଏମକେ ସହ ମେଣ୍ଟ କରିବାକୁ ଚାହୁଁନାହାନ୍ତି। ବିଜେପି କର୍ମୀମାନେ ଏହା ଚାହୁଁଛନ୍ତି। ତେଣୁ ସେ ଆମ ନେତାଙ୍କ ବିରୋଧରେ ବୟାନ ଦେଉଛନ୍ତି। ସେ ବିଜେପି ରାଜ୍ୟ ସଭାପତି ହେବା ପାଇଁ ଯୋଗ୍ୟ ନୁହଁନ୍ତି। ଆମ ନେତାଙ୍କ ସମାଲୋଚନାକୁ ଆମେ ବରଦାସ୍ତ କରିପାରିବୁ ନାହିଁ।

ସେ କହିଛନ୍ତି ଆନ୍ନାମଲାଇ ଆମ ନେତ୍ରୀ ଜୟଲଳିତାଙ୍କୁ ସମାଲୋଚନା କରିସାରିଛନ୍ତି। ସେତେବେଳେ ଆମେ ତାଙ୍କ ବିରୋଧରେ ଏକ ସଂକଳ୍ପ ପାରିତ କରିଥିଲୁ। ସେମାନେ ଏହାକୁ ବନ୍ଦ କରିବା ଉଚିତ୍ ଥିଲା। ସେ ଆନ୍ନା, ପେରିଆର ଓ ଦଳର ସାଧାରଣ ସମ୍ପାଦକଙ୍କୁ ସମାଲୋଚନା କରୁଛନ୍ତି। ଏହାକୁ କୌଣସି କ୍ୟାଡର ଗ୍ରହଣ କରିବେ ନାହିଁ।

Leave a Reply

Your email address will not be published. Required fields are marked *

Back to top button