ମହିଳା ସଂରକ୍ଷଣ ବିଲ୍ ଲୋକସଭାରେ ଆଗତ

ନୂଆଦିଲ୍ଲୀ : ଲୋକସଭା ଓ ବିଧାନ ପରିଷଦରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଆଜି ଲୋକସଭାରେ ବିଲ୍ ଆଗତ ହୋଇଛି। ଏହାକୁ ଆଗତକରି ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ। ପ୍ରଧାନମନ୍ତ୍ରୀ ମୋଦୀ ମହିଳା ସଂରକ୍ଷଣ ବିଲକୁ ନାରୀ ଶକ୍ତି ବନ୍ଦନା ଆଇନ ନାମରେ ନାମିତ କରି କହିଛନ୍ତି ଏହା ଗଣତନ୍ତ୍ରକୁ ସୁଦୃଢ଼ କରିବା ସହିତ ଲୋକସଭାରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି କରିବ।

ଖବର ଅନୁଯାୟୀ ସଂସଦର ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନ ମଙ୍ଗଳବାର ନୂଆ ସଂସଦ ଭବନରେ ଅନୁଷ୍ଠିତ ହୋଇଛି। ବୁଧବାର ଏହି ବିଲକୁ ନେଇ ବିତର୍କ ହେବା ପରେ ଏଗୃହୀତ କରାଯିବ। କଂଗ୍ରେସ ଏହି ବିଲକୁ ସମର୍ଥନ କରୁଥିବାରୁ ଗୃହୀତ ହେବା କଷ୍ଟକର ହେବ ନାହିଁ। ତେବେ ଓବିସି ମହିଳାଙ୍କୁ ସଂରକ୍ଷଣ ହେବାକୁ କଂଗ୍ରେସ ଦାବି କରିଛି। ବିଏସପି ସୁପ୍ରିମୋ ମାୟାବତୀ ବିଲକୁ ସ୍ୱାଗତ କରି କହିଛନ୍ତି ଏହି ବିଲ୍ ଦୀର୍ଘ ଦିନ ଧରି ଅଟକି ରହିଥିଲା। ଯଦି ମହିଳାଙ୍କୁ ୩୩ ପରିବର୍ତ୍ତେ ୫୦ ପ୍ରତିଶତ ସଂରକ୍ଷଣ ଦିଆଯାଇଥାନ୍ତା ତେବେ ସେ ଏହାକୁ ସ୍ୱାଗତ କରିଥାନ୍ତେ।

Leave a Reply

Your email address will not be published. Required fields are marked *

Back to top button