ଗଣେଶ ପୂଜାକୁ ନେଇ ଛୁରାମାଡ଼ରେ ୨ ଆହତ

କଟକ : ଗଣେଶ ପୂଜାକୁ ନେଇ ଆଜି ବିଡ଼ାନାସୀ ନୂଆସାହିରେ ଛୁରାମାଡ଼ ହୋଇଛି। ଏହି ଆକ୍ରମଣରେ ଦୁଇଜଣ ଆହତ ହୋଇଛନ୍ତି।

ଖବର ଅନୁଯାୟୀ ସାହିରେ ଚାଲିଥିବା ପୂଜାକୁ ନେଇ ବିବାଦ ଦେଖା ଦେଇଥିଲା। ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଯୁକ୍ତିତର୍କ ପରେ ଛୁରାମାଡ଼ ହେବାରୁ ୨ ଜଣ ଆହତ ହେବାରୁ ଉଭୟଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବିଡ଼ାନାସୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button