Thu. May 23rd, 2019
365 views

ପରିସ୍ରା ଜଳାପୋଡାର କାରଣ କଣ ?

ସେୟାର କରନ୍ତୁ:-

( Drx. Gyana Ranjan Swain ) ସାଧାରଣତଃ ଯଦି ଆପଣଙ୍କୁ ପରିସ୍ରା ଟିକେ ଟିକେ ଲାଗୁଥାଏ କିମ୍ବା ପରିସ୍ରା ଜଳାପୋଡା କରୁଥାଏ, ତେବେ ଆପଣ ଏନେଇ ଆଦୌ ଡେରି କରନ୍ତୁ ନାହିଁ । କାରଣ ହୁଏତ ଆପଣ ପ୍ରୋଷ୍ଟେଟ କ୍ୟାନ୍ସରର ଶିକାର ହୋଇପାରନ୍ତି ।

ଏହାର ଲକ୍ଷଣ :-

  1. ଅଳ୍ପ ଅଳ୍ପ ପରିଶ୍ରା ହେବା
  2. ପରିଶ୍ରା କରିବା ସମୟରେ ପରିସ୍ରା ଜଳାପୋଡ଼ା କରିବା
  3. ରାତି ସମୟରେ ବାରମ୍ବାର ପରିସ୍ରାା ଲାଗିବା ଏବଂ ପରିସ୍ରା କଲାବେଳେ ରକ୍ତ ପଡ଼ିବା
  4. ଶରୀରରେ ଲଗାତାର ଦରଜ ରହିବା ଓ ଅଧିକ ସମୟ ଯାଏଁ ପରିସ୍ରା କୁ ରୋକି ନ ପାରିବା ଏହି କ୍ୟାନ୍ସରର ପ୍ରମୁଖ ଲକ୍ଷଣ ଅଟେ।

ଏହାର କାରଣ କଣ :-

  1. ଅଧିକ ମାତ୍ରାରେ ରେଡ୍ ମିଟ୍ ଖାଇବା
  2. ଫ୍ୟାଟି ଡାଇଟ୍ ଖାଇବା
  3. ଶରୀର ତୁଳନାରେ ଅଧିକ ଓଜନ ବଢ଼ିବା
  4. ବ୍ୟାୟମରେ କମି
  5. ବଂଶାନୁକ୍ରମିକ ଆଦି କାରଣ ପାଇଁ ପ୍ରୋଷ୍ଟେଟ କ୍ୟାନ୍ସର୍ର ହୋଇଥାଏ।
  6. ଏଥିସହିତ ଯେଉଁ ପୁରୁଷଙ୍କ ପ୍ରଜନନ କ୍ଷମତା କମ୍ ହୋଇଥାଏ, ସେମାନଙ୍କ ଠାରେ ମଧ୍ୟ ପ୍ରୋଷ୍ଟେଟ କ୍ୟାନ୍ସର୍ ହେବାର ସମସ୍ୟା ରହିଥାଏ । ଏହାଛଡା ଲିଂଗ ଗୁଣସୂତ୍ରରେ ଅସନ୍ତୁଳନ କାରଣରୁ ବି ପ୍ରୋଷ୍ଟେଟ କ୍ୟାନ୍ସର୍ ହୋଇଥାଏ।

ପାଠକଙ୍କ ପାଇଁ ବିଶେଷ ସୂଚନା :- ଏହି ରୋଗ ସମ୍ପର୍କିତ ଦ୍ଵିତୀୟ ଭାଗ ଆସନ୍ତା ୧୬ ତାରିଖ ଅର୍ଥାତ ମଙ୍ଗଳବାର ଦିନ janatakhabar.in ୱେବ ପୋର୍ଟାଲରେ ପ୍ରକାଶିତ ହେବ । ଏହାଛଡା ଆପଣ କୌଣସି ରୋଗ ସମ୍ପର୍କରେ ସନ୍ଦେହଜନକ ପ୍ରଶ୍ନ ଆମକୁ ପଚାରିବାକୁ whatsap-୯୦୪୦୧୨୩୧୦୫ ଏବଂ janatakhabar.portal@gmail.comରେ ଯୋଗାଯୋଗ କରିପାରିବେ ।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *