Wed. Nov 20th, 2019

ଧନତେରସ୍‌ରେ କ’ଣ ଘରକୁ ଆଣିବା ମନା

କୁହାଯାଏ ‘ଧନତେରସ୍‌’ରେ ଭଗବାନ ଧନ୍ୱନ୍ତରୀ ଆବିର୍ଭାବ ହୁଅନ୍ତି। ସେଥିପାଇଁ ଦୀପାବଳି ପୂର୍ବଦିନ ‘ଧନତେରସ୍‌’ ପାଳନ କରାଯାଏ। ଆଉ ଏହି ଦିନ ଗହଣା ଓ ବାସନ ଦୋକାନରେ ଦେଖାଯାଏ ବେଶ୍ ଭିଡ଼। କାରଣ ‘ଧନତେରସ୍‌’ରେ ସୁନା କିଣିଲେ ମା’ ଲକ୍ଷ୍ମୀଙ୍କ କୃପା ବଜାୟ ରହେ ବୋଲି ବିଶ୍ୱାସ ରହିଛି। ଏପରି କିଛି ଜିନିଷ ଅଛି ଯାହା ଏହି ଦିନ କିଣିବା ଅନୁଚିତ୍। ଆସନ୍ତୁ ଏ ସଂପର୍କରେ ଜାଣିବା …….।

୧- ଧନତେରସରେ ଲୁହାରେ ତିଆରି କୌଣସି ଜିନଷ ଘରକୁ ଆଣନ୍ତୁ ମନା। ଏହା ଅତ୍ୟନ୍ତ ଅଶୁଭ। କୁହାଯାଏ ଲୁହା ଜିନିଷ କିଣିଲେ ଘରେ ରାହୁର ପ୍ରକୋପ ପଡେ।

୨- କାଚର କୌଣସି ଜିନିଷ କିନିବାକୁ ବାରଣ କରାଯାଇଛି। କାରଣ କାଚର ରାହୁ ଗ୍ରହ ସହ ସମ୍ବନ୍ଧ ରହିଛି।

୩- ଆଲୁମିନିୟମ ତିଆରି ବାସନକୁସନ କିମ୍ବା ଅନ୍ୟ କୌଣସି ଜିନିଷ ଧନତେରସରେ କିଣନ୍ତୁ ନାହିଁ। ଏହାଦ୍ୱାରା ସବୁ ଶୁଭଗ୍ରହ ପ୍ରଭାବିତ ହୋଇଥାଏ।

୪- କଳା ରଙ୍ଗର ବସ୍ତ୍ର କିମ୍ବା ଅନ୍ୟ କୌଣସି ଜିନିଷ କିଣିଲେ ଆପଣ ଦୁର୍ଭାଗ୍ୟକୁ ଡାକି ଆଣିବେ।

୫- ଧନତେରସରେ ତୈଳ ଉତ୍ପାଦ ଯଥା- ଘିଅ ଓ ତେଲ ଆଦି ଘରକୁ ଆଣିବା ଅନୁଚିତ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *