ଇରାନ ପୂର୍ବରୁ ଆମେ ପରମାଣୁ ବୋମା ତିଆରି କରିବୁ : ସାଉଦି ଆରବ

ରିଆଦ୍ : ଇରାନ୍ ପ୍ରଥମେ ପରମାଣୁ ବୋମା ତିଆରି କଲେ ଆମେ ମଧ୍ୟ ପରମାଣୁ ବୋମା ତିଆରି କରିବୁ। ଇରାନ ପାଖରେ ଯଦି ପରମାଣୁ ବୋମା ଅଛି, ତେବେ ଆମ ପାଖରେ ବୋମା ରହିବା ଉଚିତ। ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଏକ ସାକ୍ଷାତକାରରେ ଏହା କହିଛନ୍ତି।

ମହମ୍ମଦ ବିନ୍ ସଲମାନ କହିଛନ୍ତି କୌଣସି ଦେଶ ପରମାଣୁ ଅସ୍ତ୍ର ଶସ୍ତ୍ର ହାସଲ କଲେ ଅନ୍ୟ ଦେଶମାନେ ଚିନ୍ତିତ ହୁଅନ୍ତି। କିନ୍ତୁ କୌଣସି ଦେଶ ପରମାଣୁ ଅସ୍ତ୍ର ବ୍ୟବହାର କରିବା ଉଚିତ ନୁହେଁ। ଯଦି କୌଣସି ଦେଶ ପରମାଣୁ ଅସ୍ତ୍ର ବ୍ୟବହାର କରେ ତେବେ ଏହା ସମଗ୍ର ବିଶ୍ୱ ବିରୋଧରେ ଯୁଦ୍ଧ କରିବା ସହ ସମାନ ବୋଲି ବିବେଚନା କରାଯାଏ। ବିଶ୍ୱ ଆଉ ହିରୋସିମା ଦେଖିପାରିବ ନାହିଁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button