ପେଟ୍ରୋଲ-ଡିଜେଲ ଉପରେ ଜିଏସଟି ଲାଗୁର ସମୟ ଆସିନି : ସୀତାରମଣ

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବା ନେଇ ଜିଏସଟି ପରିଷଦ ବୈଠକରେ କୌଣସି ସହମତି ହୋଇପାରିନାହିଁ। ତେଲକୁ ଜିଏସଟି ପରିସରଭୁକ୍ତ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ରଖିଥିଲେ ମଧ୍ୟ ରାଜ୍ୟ ସରକାରମାନେ ଏହାକୁ ବିରୋଧ କରିବାରୁ ପ୍ରସ୍ତାବକୁ କାଟ୍ ଖାଇଯାଇଛି। ତେଲକୁ ଜିଏସଟି ଅଧିନକୁ ଆଣିବାର ସମୟ ଆସିନାହିଁ ବୋଲି ପରିଷଦ ବୈଠକରେ ମତ ପ୍ରକାଶ ପାଇଥିବାରୁ ତେଲ ଦର କମିବ ବୋଲି ଆଶା ରଖିଥିବା ସାଧାରଣ ଜନତା ନିରାଶ ହୋଇଛନ୍ତି।

ଅନ୍ୟପକ୍ଷରେ ଶୁକ୍ରବାର ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ଆଉ କେତେକ ଜୀବନରକ୍ଷକ ଔଷଧ ଉପରୁ ଜିଏସଟି ହାର ୧୨ ପ୍ରତିଶତରୁ ୫ ପ୍ରତିଶତକୁ କମାଇଦିଆଯାଇଛି କିମ୍ବା ଛାଡ଼ କରାଯାଇଛି। ଏସବୁ ଔଷଧ ମଧ୍ୟରେ ରହିଛି ରେମଡେସଭିର (୫%) ଓ ଟୋସିଲିଜୁମାବ (୦%)। ସେହିପରି ବାୟୋ ଡିଜେଲ ଉପରେ ଜିଏସଟି ହାରକୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ସବୁ ପ୍ରକାରର ପେନ ଓ ତାହାର ଉପକରଣ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ବେଳେ ବିମାନ ଆମଦାନୀ କିମ୍ବା ଭଡ଼ାରେ ଆଣିବା ଉପର ଜିଏସଟି ଛାଡ଼ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button