Thu. May 23rd, 2019
480 views

ୟୁପିରେ ଏଲିୟନ, ଲୋକେ ଆତଙ୍କିତ

ସେୟାର କରନ୍ତୁ:-

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାରେ ଏବେ ଏକ ବିଚିତ୍ର ଜୀବର ଆତଙ୍କ ଦେଖାଦେଇଛି। ଏଠାକାର ବାସିନ୍ଦାମାନେ ଘରୁ ବାହାରିବାକୁ ଡରୁଛନ୍ତି । ଏହି ବିଚିତ୍ର ଜୀବ ଶନିବାର କୁଶୀନଗରର ଖଡ୍ଡା ନଗର ପଞ୍ଚାୟତର ୨ନଂ ଓ୍ବାର୍ଡ଼ର ଲୋହିଆ ନଗରରେ ଦେଖିବାକୁ ମିଳିଥିଲା । ଅତ୍ୟନ୍ତ ଗହଳି ହୋଇଥିବାରୁ ଏହି ଜୀବଟି ଚାରିଆଡ଼େ ଦୈାଡ଼ିବାକୁ ଲାଗିଥିଲା ଏବଂ ଅନ୍ଧାରରେ କେଉଁଆଡ଼େ ଉଭାନ ହୋଇଯାଇଥିଲା । କିନ୍ତୁ ଏହା ପୂର୍ବରୁ ଉପସ୍ଥିତ ଲୋକେ ଏହି ଜୀବର ଫଟୋ ଉଠାଇ ଦେଇଥିଲେ । ସୋଶିଆଲ ମିଡିଆରେ ଏହି ଫଟୋ ଏବେ ଭାଇରାଲ ହେଉଛି। ଏହି ଜୀବଟି ଡାଇନୋସର ଭଳି ଦେଖାଯାଉଛି। କେତେକ ଲୋକ ଏହାକୁ ଏଲିୟନ ବୋଲି କହୁଛନ୍ତି।

ଅନ୍ୟପକ୍ଷରେ ସ୍ଥାନୀୟ ବନ୍ୟ ଅଧିକାରୀଙ୍କ କହିବାନୁସାରେ ଡରିବାର କୈାଣସି ଆବଶ୍ୟକତା ନାହିଁ,ଏହାକୁ ଧରିବାର ବ୍ୟବସ୍ଥା କରାଯାଉଛି। ଅନ୍ଧାର ହୋଇଯିବା କାରଣରୁ ଧରିବାରେ ସମସ୍ୟା ସୃଷ୍ଟି ହେଉଛି। ଏହା କେଉଁ ଜୀବ,ତାହା ମଧ୍ୟ ଖବର ନିଆଯାଉଛି।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *