ବରମାଳ ସରକରୀ ଆଶ୍ରମ ବିଦ୍ୟାଳୟର ଆମେ ଜାଣିବୁ କାର୍ଯ୍ୟକ୍ରମ

ଘଷିପୁରା : କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଅନ୍ତର୍ଗତ ବରମାଳ ସରକରୀ ଆଶ୍ରମ ବିଦ୍ୟାଳୟର ଆମେ ଜାଣିବୁ ଓ ଆମେ ଜିଣିବୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିl

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ ପ୍ରଧାନ ସଭାପତିତ୍ଵ କରିଥିଲେ। ମୁଖ୍ୟ ଅତିଥି ଘଷିପୁରା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପୋଧନ ସ୍ୱାଇଁ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହରି ପ୍ରସାଦ ମିଶ୍ର ଓ ସମ୍ମାନୀତ ଅତିଥି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶରତ ମଲିକ, ଭାଗାମୁଣ୍ଡା ଆଶ୍ରମ ବିଦ୍ୟାଳୟ, ପ୍ରଧାନ ଶିକ୍ଷକ ସରୋଜ କୁମାର୍ ନନ୍ଦ, ଗୋପୀନାଥ ପୁର ଆଶ୍ରମ ବିଦ୍ୟାଳୟ, ପ୍ରଧାନ ଶିକ୍ଷକ ମଣ୍ଡଳ କୁମାର ପଣ୍ଡା, ଗଦୁଆଁ ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ କୁଳମଣି ଜେନା ଆୟୁଷ୍ ଡ଼ ପାର୍ଥ ସାରଥୀ ପଣ୍ଡା ,ପ୍ରମୁଖ ଯୋଗ ଦେଇଥିଲେ। ସେମାନେ ପି ଏ ପି ସମାବେଶର ଲକ୍ଷ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ। ବାର୍ଷିକ ବିବରଣୀ ପାଠ କରିଥିଲେ ସହକାରୀ ଶିକ୍ଷକ ଗୀତାଞ୍ଜଳୀ ପଣ୍ଡା ଓ ଶୁଭେନ୍ଦୁ ସୁନ୍ଦର ରାଉତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଦ୍ୟାଳୟର କର୍ମଚାରୀ ସୁକାନ୍ତି ସାହୁ, ପୂର୍ଣ୍ଣିମା କିସ୍କୁ, ଦୁଲାଳି ସୋରେନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ସହକାରୀ ଶିକ୍ଷକ ହରେକୁଷ୍ଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button