ଆମ ପ୍ରଶ୍ନକୁ ବାଚସ୍ପତି ଅଗ୍ରାହ୍ୟ କରିବା ଦୁର୍ଭାଗ୍ୟଜନକ : ବିରୋଧୀ ଦଳ ମୁଖ୍ୟ ସଚେତକ

ଭୁବନେଶ୍ଵର : ବିଧାନସଭାର ପ୍ରଶ୍ନକାଳରେ ବିଧାୟକମାନେ ବିଭିନ୍ନ ଅଞ୍ଚଳର ସମସ୍ୟା ଆଧାରିତ ପ୍ରଶ୍ନ ପଚାରିବାର ଅଧିକାର ରହିଛି। କିନ୍ତୁ ଆମ ପ୍ରଶ୍ନକୁ ବାଚସ୍ପତି ଅଗ୍ରାହ୍ୟ କରିବା ଦୁର୍ଭାଗ୍ୟଜନକ। ଏହା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ।

ସେ କହିଛନ୍ତି ଗତକାଲି ମୁକେଶ ମହାଲିଙ୍ଗ, ନାଉରୀ ନାଏକଙ୍କ ପ୍ରଶ୍ନକୁ ରିଜେକ୍ଟ କରାଗଲା। ତାର କାରଣ କହିଲେନି। ଆଜି ମଧ୍ୟ ମୁକେଶ ମହାଲିଙ୍ଗ, ନାଉରୀ ନାଏକ, ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରଶ୍ନକୁ ରିଜେକ୍ଟ କରାଯାଇଛି। ଯଦି ରିଜେକ୍ଟ କଲେ ଏହାର କାରଣ ୫ ଦିନ ଭିତରେ ଦର୍ଶାଇବା କଥା। ମନମୁଖୀ ଭାବେ ନିଷ୍ପତ୍ତି ନେଊଛନ୍ତି। ପ୍ରଶ୍ନ ନ କରି ମଧ୍ୟ ମୁଖ୍ୟମନ୍ତ୍ରୀ ବିବୃତି ଦେଉଛନ୍ତି।

ଶ୍ରୀ ମାଝୀ କହିଲେ ମନ୍ତ୍ରୀ ବଡ଼ ନା ସଚିବ ବଡ଼ ସହିତ ସଚିବ ଗସ୍ତ ସମୟରେ ହୋଇଥିବା ଖର୍ଚ୍ଚ ଆମ ପ୍ରଶ୍ନ ଥିବାବେଳେ କେବଳ ବିମାନ ଖର୍ଚ୍ଚ ଦିଆଯାଇଛି। ସରକାର ଭୟଭୀତ ହୋଇ ପ୍ରଶ୍ନକାଳରେ ପ୍ରଶ୍ନ ଗ୍ରହଣ କରୁନାହାନ୍ତି। ଯଦି ବିଧାୟକ ହୋଇ ପ୍ରଶ୍ନକାଳରେ ପ୍ରଶ୍ନ ପଚାରିବାର ଅଧିକାର ନାହିଁ। ତାହେଲେ ଆମେ ପ୍ରଶ୍ନକାଳରେ ରହିବୁ କଣ ପାଇଁ ? ସେଥିପାଇଁ ଆମେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରୁଛୁ। ବାଚସ୍ପତି ନୁଆ ଦାୟିତ୍ୱ ନିର୍ବାହ କଲା ପରେ ବାଟବଣା ହୋଇ ଯାଇଛନ୍ତି। ସରକାରଙ୍କ ଚାପରେ ରହିଛନ୍ତି। ଅନୁରୂପ ଭାବରେ ସର୍ବଦଳୀୟ ବୈଠକରେରେ ନିଷ୍ପତ୍ତି ନିଆଯାଇଥିଲା। ଗଣତନ୍ତ୍ର ଭୁଶୁଡ଼ି ପଡ଼ିବା ପ୍ରସଂଗ କଂଗ୍ରେସ ଦଳ ଆଣିବ ବୋଲି କହିଲା। କିନ୍ତୁ କଂଗ୍ରେସ ଦଳ ଆଜି ଶାସକ ଦଳ ସହିତ ମିଶି ସେ ପ୍ରସଙ୍ଗକୁ ବଦଳେଇ ଅନ୍ୟ ଏକ ପ୍ରସଙ୍ଗ ମୁଲତବୀ ପ୍ରସ୍ତାବରେ ଆଣିଛନ୍ତି।

Leave a Reply

Your email address will not be published. Required fields are marked *

Back to top button